ନୟାବାଲି ଗ୍ରାମ ମୁଖିଆଙ୍କ ହୃଦଘାତରେ ଅକାଳ ବିୟୋଗରେ ଶୋକ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲିଅପାଳ ବ୍ଲକ ବିଷ୍ନୁପୁର ପଂଚାୟତ ନୟାବାଲି ଗ୍ରାମର ଗାଁ ମାଲିକ ଅମୂଲ୍ୟ ଦଳାଇ (୬୦ ବର୍ଷ)ଙ୍କର ଗୁରୁବାର ରାତିରେ ଅକାଳ ବିୟୋଗ ହୋଇଛି । ସେ କିଛି ଦିନ ଧରି ହୃଦ ରୋଗରେ ପିଡୀତ ରହି ଚିକିତ୍ସାଧିନ ଥିଲେ । ଗତ କାଲି ରାତିରେ ଅସୁସ୍ଥ ହୋଇ ଡାକ୍ତରଖାନା ଆସୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟ ହୋଇଯାଇଥିଲା । ସେ ଜଣେ ଅମାୟିକ, ପରୋପକାରୀ, ସରଳ ଏବଂ ଭଦ୍ର ବ୍ୟକ୍ତି ଥିଲେ । ତାଙ୍କର ମଋତୟୁ ଖବର ପାଇ ୨୧ ନଂ ଯୋନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ, ପୂର୍ବତନ ଜେନା ମହେଶ୍ୱର ଜେନା, ବିଜେପି ନେତା ନିଳକଣ୍ଢ ଜେନା, ଲମ୍ବୁଧର ମାହାନା, ଓାର୍ଡ ସଭ୍ୟ ହରିଶ ପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଗୃହକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ଥିଲେ । ଏକ ମାତ୍ର ପୁତ୍ର ହାଇଦ୍ରାବାଦ ଚାଲିଯାଇଥିବାରୁ ତାଙ୍କ ପୁତୁରା ମୁଖାଗ୍ନି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା