ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସମ୍ମିଳନୀ ତଥା ସଚେତନତା କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ବାଲେଶ୍ୱର ସଂଗଠନ ଓ ରାଇଜି ମୁନ୍ କ୍ଲକ ଆନୁମୂଲ୍ୟରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟରେ ଏକ ଯୁବ ସମ୍ମଳନୀ ଓ ସଚେତନତା କର୍ମଶାଳା ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁଙ୍କ ପୌରହିତ୍ୱ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟାପକ କାଳିକଂକର ଧଳଙ୍କ ବେଦପାଠ ପରେ ଆୟୋଜିତ ସଭାରେ ସଂଗଠନର ସ୍ୱେଚ୍ଛାସେବୀ କୌଶିକ ପଣ୍ଡା ସ୍ୱାଗତ ଅଭିଭାଷଣ ତଥା ଆଭିମୁଖ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିରୂପେ ଜ୍ଞାନବିକାଶ ଆଇଟିଆଇର ଅଧ୍ୟକ୍ଷ ଲେଲିନ୍ କୁମାର ପ୍ରଧାରନ ଯୋଗ ଦେଇ ଯୁବଶକ୍ତି ମାଧ୍ୟମରେ ରାଷ୍ଟ୍ରର ସାମର୍ଥ୍ୟ ତଥା ମାନବ ସମ୍ବଳ ବିକଶିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସାରେ ଅଧ୍ୟାପକ କାର୍ତ୍ତିକେଶ୍ୱର ପାତ୍ର, ଅଧ୍ୟାପକ ସମାର ବଲ୍ଲଭ ସାହୁ, ଅଧ୍ୟାପକ ଦେବେନ୍ଦ୍ର ନାଥ ଭୂୟାଁ, ଆର୍ଯ୍ୟଭଟ୍ଟ ସ୍ୱେଚ୍ଛାସେବୀ ସଂଗଠନର ସିଲୁ ବେହେରା ଓ ଶିକ୍ଷୟତ୍ରୀ ନମିତା ବେହେରା ଯୋଗ ଦେଇ ଅଭିଭାଷଣ ରଖିଥିଲେ । ପରିଶେଷରେ ରାଜ୍ୟ ଦିବ୍ୟାଙ୍ଗ ସଂଗଠନର ସଦସ୍ୟ ବସନ୍ତ ବେହେରା ଦିବ୍ୟାଙ୍ଗ ଯୁବକ ମାନଙ୍କର ସମାଜରେ ପ୍ରତ୍ୟେକ୍ଷ ଯୋଗଦାନ ସଂପର୍କରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା