ନେହୁର ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛଭାରତ ଓ ପ୍ଲାଷ୍ଟିକ ହଟାଓ କାର୍ଯ୍ୟକ୍ରମ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ଗୋୖରାଙ୍ଗପାଟଣା ଓ ମଧୁରଛୁଆଁ ଗ୍ରାମରେ ପ୍ଲାଷ୍ଟିକ ହଟାଓ, ଡ଼ଷ୍ଟ ବିନ ବ୍ୟବହାର କରିବା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ କରାଯିବ ସହ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା । ନେହୁର ଯୁବ କେନ୍ଦ୍ର ଆନୁକୂଲ୍ୟରେ ଓ ଚିଲିକା ରାଣୀ ଯୁବ ସଂଘ ସହଯୋଗରେ ଏହି କର୍ଯ୍ୟକ୍ରମରେ ଆଶା ଅମ୍ବିକା ବେହେରା ଓ ବୃକ୍ଷ ବନ୍ଧୁ ଗିରିଧରି ବେହେରା ଯୋଗଦେଇ ଉତ୍ସାହିତ କରିଥିଲେ । ଏହି ଅବସରରେ ଗ୍ରାମର ରାସ୍ତା, ପୋଖରୀ ସଫା କରାଯାଇଥିଲା । ଏଥିରେ ଚିଲିକା ରାଣି ଯୁବସଙ୍ଘର ସଭାପତି ବଳରାମ ବେହେରା, ସଦସ୍ୟ ହଜାରୀ ରାମ ବେହେରା, ଶାନ୍ତୁନ ବେହେରା, କାଳିଆ ବେହେରା, ହରିଷ ବେହେରା, ଗଣେଶ ବେହେରା, ବିକ୍ରମ ବେହେରାଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା