ଜିଲ୍ଲାପାଳଙ୍କ ଉପସ୍ଥିତ ସତ୍ତ୍ୱେ ସାଂସଦ କରିପାରିଲେ ନାହିଁ ଭିତ୍ତିପ୍ରସ୍ତର ସ୍ଥାପନ:ମହିଳାଙ୍କ ପ୍ରବଳ ବିରୋଧ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହୋଇପାରିଲାନି ଭିତ୍ତିପ୍ରସ୍ତର ସ୍ଥାପନ । ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପାରଳାଖେମୁଣ୍ଡି ପୈାରପରିଷଦର ୬ ନମ୍ବର ଓ୍ବାର୍ଡରେ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାକୁ ବିରୋଧ କରିବା ଫଳରେ ଶୁଭ ଦେଇନପାରି ଫେରିଗଲେ ସାଂସଦ ଚନ୍ଦ୍ରଶେଖର ସାହୁ, ତାଙ୍କ ସାଥିରେ ବିଧାୟକ ନାରାୟଣ ରାଓ, ଜିଲ୍ଲାପାଳ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ରାସ୍ତାରେ ପ୍ରତିବାଦ କରୁଥିବା ଶତାଧିକ ମହିଳା ପୁରୁଷଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସମ୍ଭବ ହୋଇନଥିଲା । ଏପରିକି କିଛି ମହିଳା ଏହାକୁ ବନ୍ଦ ନ କଲେ କିରୋସିନ ଢାଳି ଆତ୍ମାହୁତି କରିବାକୁ କିରୋସିନ ଧରି ଧମକ ଦେଇଛନ୍ତି ବିରୋଧ କରିବା ମହିଳା ମାନେ । ଏଠାରେ ପୋଲିସ ନୀରବଦ୍ରଷ୍ଟା ସାଜିଛି, ସ୍ଥାନୀୟ ବିଧାୟକ ସମେତ ସମସ୍ତେ ଦେଖଣାହାରି ରହିଥିଲେ । ପୂର୍ବ ଗସ୍ତ ସମୟରେ କର୍ମୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଆଜି ପୁଣି ହଟହଟା ହେବାକୁ ପଡ଼ିଛି ସାଂସଦ ଶ୍ରୀ ସାହୁଙ୍କୁ ।

ରିପୋର୍ଟ : କୃଷ୍ଣ କୁମାର ବେହେରା