ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ …

ଖଲ୍ଲିକୋଟ(ସମୃଦ୍ଧ ଓଡିଶା)ଖଲ୍ଲିକୋଟ ବ୍ଲକ କହ୍ନେଇପୁର ଗ୍ରାମ ପଞ୍ଚାୟତର କନ୍ଦିଗାଁରେ ଭାରତ ସରକାରଙ୍କ ଯୁବ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପଚାଶରୁ ଷାଠିଏ ଯୁବକଙ୍କୁ ନେଇ ଫିଟ୍ ଇଣ୍ଡିଆ ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟ ବ୍ଲକ ଆତ୍ମା ଅଧ୍ୟକ୍ଷ ତପନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ସ୍ଥାନୀୟ ସମିତି ସଭ୍ୟ ରବିନ୍ଦ୍ର କୁମାର ନାହାକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଫିଟ ଇଣ୍ଡିଆର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ନିଜେ ସୁସ୍ଥ ରହିଲେ ଦେଶ କିପରି ସୁସ୍ଥ ରହିବ ଶ୍ରୀ ଆଚାର୍ଯ୍ୟ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ଏବଂ ଶ୍ରୀ ନାୟକ ସାଇକେଲ୍ ଚଲେଇବା ଦ୍ଵାରା ଶରୀର ର ସମସ୍ତ ଅଙ୍ଗର ବ୍ୟାୟମ କିପରି ସମ୍ଭବ ସେ ବିଷୟରେ ବୁଝାଇ ଥିଲେ । ଖଲ୍ଲିକୋଟ ବ୍ଲକ ର NYV ସମ୍ବିତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଖଲ୍ଲିକୋଟରୁ ଅମର ସାହୁ