ନେହୁରୁ ଯୁବକେନ୍ଦ୍ର ଓ ଟ୍ରୀ ଫାଉଣ୍ଡେସନ ପକ୍ଷରୁ “ଫିଟ ଇଣ୍ଡିଆ” କାମ୍ପେଇନ ଶଖମ ସାଇକେଲ ରାଲି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ନେହୁରୁ ଯୁବକେନ୍ଦ୍ର, ବ୍ରହ୍ମପୁର ଓ ଟ୍ରୀ ଫାଉଣ୍ଡେସନ, ଶେରଗଡ଼ର ମିଳିତ ଆନୁକୂଲ୍ୟରେ “ଫିଟ ଇଣ୍ଡିଆ” କାମ୍ପେଇନ ଶଖମ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବହୁ ଯୁବବର୍ଗର ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟରୁ ପତାକା ଦେଖାଇ ବିଡିଓ ସୁରଞ୍ଜନ ସାହୁ ଓ ଶେରଗଡ଼ କୋର୍ଟର ବିଚାରପତି ଶ୍ରୀମତୀ ରେଖାରଣୀ ନାୟକ ଶୁଭାରମ୍ଭ କରିଥିଲେ ଏବଂ ଏହା ୩ କିମି ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ଦେଇଥିଲା । ଏଥିରେ ବିଜୁ ପଟ୍ଟନାୟକ କଲେଜର ଅଧକ୍ଷ ଗୌରହରି ବିଷୋୟୀ, ବରିଷ୍ଠ ଆଇନଜୀବୀ ରଘୁ ଭାଇ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହାକୁ ଟ୍ରୀ ଫାଉଣ୍ଡେସନର ସମ୍ପାଦକ ତଥା ଜାତୀୟ ଯୁବ ସ୍ଵେଛାସେବୀ ନିରାକାର ବିଷୋୟୀ, ଦୀପ୍ତିମୟୀ ମଲିକ, କେଶବ କୁମାର ଡାକୁଆ, ଵାପିନୀ ପଣ୍ଡା ଏବଂ ବରିଷ୍ଠ ସାମ୍ବାଦିକ ସୁବ୍ରତ ପଣ୍ଡା ପ୍ରମୁଖଙ୍କ ସହଯୋଗରେ ପରିଚାଳନା କରି ସଫଳ କରାଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା