ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ବ୍ଲକ ସ୍ତରୀୟ ନେଇବରହୁଡ ୟୁଥ ପାର୍ଲିଆମେଣ୍ଟ ଓ ଯୋଗ କାର୍ଯ୍ୟକ୍ରମ…

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ଖୋଲ ଠାରେ ନେହୁରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ ନେଇବରହୁଡ ୟୁଥ ପାର୍ଲିଆମେଣ୍ଟ ଓ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସ୍ତରୀୟ ଯୁବ ପ୍ରଶିକ୍ଷକ ସୁକଣ୍ଠ ପଣ୍ଡା, ମୁଖ୍ୟବକ୍ତା ରୂପେ ରାମକୃଷ୍ଣ ସାହୁ ଓ ସମ୍ମାନିତ ଅତିଥି ରୂପେ ସରୋଜ ସାବତ ଯୋଗଦେଇ ଯୁବ ବର୍ଗ ଆତ୍ମନିର୍ଭର ହେବା ପାଇଁ ଉତ୍ସହିତ କରିଥିଲେ ଏବଂ ଯୁବ ନେତୃତ୍ୱର ବିକାଶ, ନାରୀ ଶିକ୍ଷା ଓ କ୍ରୀଡାର ଉପକାରିତା ବିଷୟରେ ଆଲୋକପାତ କରି ଯୁବ ବର୍ଗକୁ ଦିଗଦର୍ଶନ ଦେଇଥିଲେ । ଏଥିରେ ୭୦ରୁ ଅଧିକ ଯୁବକ ଯୁବତୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସ୍ଵେଚ୍ଛାସେବୀ ଦିପ୍ତିମୟୀ ମଲ୍ଲୀକ, ନିରାକାର ବିଷୋୟୀ, ଯୁଧିଷ୍ଠିର ବିଷୋୟୀ, ଦୀପକ ମଲ୍ଲୀକ, ଅରୁଣ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା