ମହିଳାଙ୍କ ନାଲି ଆଖି ଦେଖି ରାଜମହଲରେ ଚେକିଂ ବନ୍ଦ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜିଠୁ ପୁଣି କଡା କଡି ହୋଇଛି ଟ୍ରାଫିକ ନିୟମ । ରାଜଧାନୀରେ ଚାଲିଛି ଜୋରଦାର ଚେକିଂ । ଆଉ ଏସବୁ ଭିତରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଯେଉଁଥିପାଇଁ କିଛି ସ୍ଥାନରେ ଚେକିଂ ମଧ୍ୟ ବନ୍ଦ କରାଯାଇଛି । ଆଜି ରାଜମହଲ ଛକରେ ଗାଡି ଚେକିଂ ଚାଲିଥିବାବେଳେ ପୁଣି ଉତ୍ତେଜନା ଦେଖାଦେଇଥିଲା । ଜଣେ ମହିଳାଙ୍କ ନାଲି ଆଖି କୁ ଡରି ବାଧ୍ୟ ହୋଇ ଚେକିଂ ବନ୍ଦ କରାଯାଇଥିଲା । ସୂଚନାନୁସାରେ, ରାଜମହଲ ଛକରେ ଚେକିଂ ଚାଲିଥିବା ସମୟରେ ଜଣେ ମହିଳା ଚାଳକ ରଙ୍ଗରୁଟରେ ଆସିବାବେଳେ ତାଙ୍କୁ ଧରିଥିଲା ଟ୍ରାଫିକ ପୋଲିସ୍ । ମହିଳା ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କହିଥିଲେ, ରାସ୍ତାରେ ନୋ ଡ୍ରାଇଭ୍ ସାଇନ ବୋର୍ଡ ନମାରି ଫାଇନ୍ କାଟିବା ଠିକ୍ ନୁହେଁ । ଏହାକୁ ନେଇ ବେଶ୍ କିଛି ସମୟ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପାଟିତୁଣ୍ଡ ପରେ ବିନା ଚାଲାଣରେ ଗାଡି ଓ ଚାଳକଙ୍କୁୁ ପୋଲିସ ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣାପରେ ରାଜମହଲ ଛକରୁ ପୋଲିସ ଚେକିଂ ବନ୍ଦ କରିଥିବା ସୂଚନା ମିଳିଛି ।

ରିପୋର୍ଟ : ଆକାଶ ମିଶ୍ର