ନେହରୁ ସ୍ମାରକୀକୁ ଅକ୍ଷୁଣ୍ଣ ରଖିବାକୁ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସ୍ମୃତିସ୍ଥଳ ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍‌’କୁ ମ୍ୟୁଜିୟମ୍‌ ଭାବେ ପରିବର୍ତ୍ତନ ନ କରିବା ପାଇଁ ସେ ଏହି ଚିଠିରେ ନିବେଦନ କରିଛନ୍ତି। ଏହା ‘ତିନ୍‌ମୂର୍ତ୍ତି ଭବନ’ ଭାବେ ଦେଶବ୍ୟାପୀ ପରିଚିତ।ନିକଟରେ କେନ୍ଦ୍ର ସରକାର ଦିଲ୍ଲୀର ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍’କୁ ମରାମତି କରି ଏଠାରେ ଏକ ମ୍ୟୁଜିୟମ୍‌ ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି। ତେବେ ଏହି ମେମୋରିଆଲ୍‌ କମ୍ପ୍ଲେକ୍ସ୍‌ରେ ନେହରୁଙ୍କ ସ୍ମୃତି ସାଇତା ହୋଇ ରହିଛି ବୋଲି ମନମୋହନ ସିଂହ ତାଙ୍କ ଚିଠିରେ ଦର୍ଶାଇଛନ୍ତି।ନେହରୁଙ୍କ ସ୍ମୃତି ଓ ଏହି ମେମୋରିଆଲ୍‌ କମ୍ପ୍ଲେକ୍ସ୍‌ର ଐତିହ୍ୟକୁ ବଜାୟ ରଖିବା ପାଇଁ ଏହାକୁ ମ୍ୟୁଜିୟମ୍‌ରେ ପରିବର୍ତ୍ତନ ନ କରିବାକୁ ମନମୋହନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।