ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଦିବସ ବିିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି । ସହରର ପିଭିଏନ୍ ପେଟ୍ରୋଲ ପମ୍ପ୍ ଛକ ଠାରେ ସ୍ଥାପନ ହୋଇଥିବା ନେତାଜୀଙ୍କ ପ୍ରତିମୂର୍ତିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଆସି ପୁଷ୍ପମାଲ୍ୟ ଅର୍ପଣ ସହ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁବାସ ମହାରଣା, ପୂର୍ବତନ ବିଧାୟକ ତଥା ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ନେତାଜୀଙ୍କ ଜୟନ୍ତୀ ପାଳିତ ହୋଇଥିଲା । ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ କର୍ପେରଟର ଆର୍‌. ମୁରଲୀମୋହନ, ମୁକୁନ୍ଦ ଗୌଡ଼, ସଞ୍ଜିତ ପାଣିଗ୍ରାହୀ, ସଂଘମିତ୍ରା ଦଳେଇ, ଟି. ଗୋପୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁସ୍ମିତା ସାହୁ, ପ୍ରଜ୍ଞା ପଣ୍ଡା, ସାରା, ବନ୍ଦନା ମିଶ୍ର, ଦୁର୍ଗା ପଣ୍ଡା, କୈଳାଷ ବିଷୋୟୀ, ମନସ୍ୱିନି ବିଷୋୟୀ, ଅମୀୟ ପଣ୍ଡା, ଅଜିତ୍ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା