ନିର୍ମାଣାଧିନ ରେଳ ଓଭରବ୍ରିଜ୍‌ର ଡାଇଭରସନ ରୋଡର ଦୂରାବସ୍ଥା : କଂଗ୍ରେସର ରାସ୍ତାରୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରେ ନିର୍ମାଣାଧିନ ରେଳ ଓଭରବ୍ରିଜ୍‌ରର ଡାଇଭରସନ ରୋଡର ଦୂରାବସ୍ଥା ଅବର୍ଣ୍ଣନୀୟ ହୋଇଛି । ଜନସାଧାରଣଙ୍କ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଆଜି କଂଗ୍ରେସ ପକ୍ଷରୁ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ କଂଗ୍ରେସ କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରଶାସନକୁ ଏଥିଲାଗି ଅବଗତ କରାଯାଇଥିବାରୁ କେତେକ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ନିର୍ମାଣାଧିନ ପୋଲ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ ସରୁନଥିବାର ବହୁକଥା ଶୁଣିବାକୁ ମିଳୁଛି । ଏହି ସ୍ଥାୟୀ ପୋଲ ନିର୍ମାଣ ହେଲେ ଲୋକଙ୍କ ଯାତାୟାତା ଲାଗି ପୋଲ ପାଶ୍ୱରେ ଅନ୍ୟଏକ ରାସ୍ତା ଆବଶ୍ୟକ । କିନ୍ତୁ ଏବେ ସେହି ରାସ୍ତା ନିର୍ମାଣ ହୋଇନଥିବାରୁ ଲୋକେ କାଦୁ ପଚ ପଚ ଓ ଧୂଳି ସରସର ରାସ୍ତାରେ ଜାତାୟାତ କରୁଥିବାରୁ ଦୁର୍ଘଟଣା ବଢୁଛି । ଏ ସବୁକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ପକ୍ଷରୁ ହନୁମାନ ମନ୍ଦିର ନିକଟରେ ଅଳ୍ପ ସମୟପାଇଁ ରାସ୍ତାରୋକ ହୋଇଥିଲା । କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ହେମନ୍ତ ଗିରି, ଦେବିଦାସ ଗିରି, ରାଜିବ ପରିଡା, କମଳ ଚକ୍ରବର୍ତ୍ତୀ, ବିରଞ୍ଚିନାରାୟଣ ଭୂୟାଁ, ଜଗଦୀଶ ନନ୍ଦି, ମୋତିଲାଲ ଦାସ ଅଧିକାରୀ, କୁମାର କୃଷ୍ଣ କର, କଳ୍ପନା ରାଣୀ କର, ନରେନ୍ଦ୍ର କର, ରିଆଜ ଖାଁ, ଗୋପାଳ କୃଷ୍ଣ ଜେନା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପରେ ଘଟଣାସ୍ଥଳରେ ଆର୍‌ଏଣ୍ଡବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ ନିହାରକାନ୍ତି ବେହେରା, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଥାନା ଭାରପ୍ରାପ୍ତ ଅଧିକାରୀ ନରେନ୍ଦ୍ର ନାଥ ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଡାଇଭରସନ ରାସ୍ତା ମରାମତି ହେବା ସହିତ ପରବର୍ତ୍ତୀ ସମୟରେ ପିଚୋ ରାସ୍ତାରେ ପରିଣତ କରାଯିବ । ଜଳେଶ୍ୱର ଅଂଚଳରେ ନିର୍ମାଣ ହେଉଥିବା ୨ଟି ରେଳ ପୋଲର ସୋସିଆଲ ଅଡିଟ୍ କରାଯିବାକୁ କଂଗ୍ରସ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ଜଣାଯାଇଛି ।