ଆରଟିଓଙ୍କୁ ଘେରାଉ କଲେ ବସ୍ ମାଲିକ ସଂଘ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍ ସମୟରେ ଯେତେବେଳେ ଲକଡାଉନ ସଟଡାଉନ ପ୍ରଭାହରେ ସାରାଦୁନିଆ ବନ୍ଦ ହୋଇପଡିଥିଲା ସେତେବେଳେ ସରକାରଙ୍କ ଚାପରେ ବସ୍ ମାଲିକ ମାନେ ଗଞ୍ଜାମ ଆରଟିଓଙ୍କ ନିର୍ଦ୍ଦେଶକ୍ରମେ ଦିନରାତି ଶ୍ରମିକ ମାନଙ୍କୁ ନେବା ଆଣିବା ଠାରୁ ବିଭିନ୍ନ ପରିବହନ କାମରେ ବସ ଗୁଡିକୁ ନିୟୋଜିତ କରିଥିଲେ । ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ମିଳୁନାହିଁ । ବର୍ତ୍ତମାନ ପ୍ରାପ୍ତ୍ଯ ମାଗିବାକୁ ଗଲେ ମିଳୁଛି ଧମକ ବିଭିନ୍ନ ପ୍ରକାର ଅଶ୍ଲୀଳ ଗାଳି ଦୁର୍ବ୍ଯବହାର କରୁଛନ୍ତି ଗଞ୍ଜାମ ଆରଟିଓ ବୋଲି ସାଂଘାତିକ ଅଭିଯୋଗ ଆଣି ଆଜି ଏକତ୍ରିତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ବସ ମାଲିକ ସଂଘ । ଗତକାଲି କାମଧେନୁ ବସ ମାଲିକ ପୂର୍ଣ୍ଣଚନ୍ଦ୍ର ପୃଷ୍ଠି କୋଭିଡ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ସେବାରେ ଲାଗିଥିବା ବସ ମାନଙ୍କ ପ୍ରାପ୍ତ ମାଗିବାକୁ ଯାଇଥିବା ବେଳେ ଆରଟିଓ ସଞ୍ଜୟ କୁମାର ବିଶ୍ବାଳ ଉତକ୍ଷିପ୍ତ ହୋଇ ପୂର୍ଣ୍ଣଚନ୍ଦ୍ର ପୃଷ୍ଠିଙ୍କୁ ଆଶବ୍ୟ ଭାଷରେ ଗାଳି ଗୁଲଜ କରିବା ସହ ତୋତେ ରେପ କେସରେ ପୋଲିସ ଲଗାଇ ଭିତରକୁ ପୁରେଇ ଦେବି ବୋଲି ନାଲି ଆଖି ଦେଖାଇ ଥିଲେ ଡିସି ହୋଇ ଆସିବା ପରେ ତମ ମାନଙ୍କ ଅବସ୍ଥା ବୁଝିନେବି ବୋଲି ଧମକାଇ ଥିଲେ ବୋଲି ଅଭିଯୋଗ ଆଣିଥିଲେ ଶ୍ରୀ ପୃଷ୍ଠି ଏହା ପରେ ଆଜି ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା ଗଞ୍ଜାମ ବସ ମାଲିକ ସଂଘ ଏହି ଘଟଣାକୁ ନେଇ ଆଜି ଛତ୍ରପୁର ଆରଟିଓ ଅଫିସରେ ବହୁତ ସମୟ ଧରି ଏକ ଆପତ୍ତିଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସକାଳୁ ଦୀର୍ଘ ସମୟ ଧରି ଗଞ୍ଜାମ ଜିଲ୍ଲାର ଘୋରେଇ ବସ ମାଲିକ ସଂଘର ସମସ୍ତ କର୍ମକତ୍ତା ଓ ମାଲିକ ମାନେ କାର୍ଯ୍ୟଳୟ ବାହାରେ ହୋ ହାଲା କରିଥିଲେ । ସେମାନେ ଆରଟିଓ ଅଫିସର ସଞ୍ଜୀୟ କୁମାର ବିଶ୍ବାଳଙ୍କ ସହିତ କଥା ହେବା ପାଇଁ ଓ ସେ କ୍ଷମାମାଗୁ ବୋଲି ନିଜ ଜିଦରେ ଅଟଳ ରହିଥିଲେ । ହେଲେ ଆରଟିଓ ପରିସ୍ଥିତି ଦେଖି କାର୍ଯ୍ୟଳୟକୁ ପହଞ୍ଚିନଥିଲେ । ଏହାଦେଖି ସଂଘ ପକ୍ଷରୁ ଆରଟିଓଙ୍କ ନାମାରେ ମକାଦ୍ଦମା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ । ହେଲେ ଏହା ଭିତରେ ଆରଟିଓ ଅଫିସର ଶ୍ରୀ ବିଶ୍ବାଳ ପହଞ୍ଚି ପରିସ୍ଥିତିକୁ ବୁଝାସୂଝା କରି ସେମାନଙ୍କ ସହ କଥା ହେବା ପାଇଁ କାର୍ଯ୍ୟଳୟ ଭିତରକୁ ଡାକି ଆଲୋଚନା ପାଇଁ ପ୍ରସ୍ତୁତ ହୋଇଥିଲେ । ଏବଂ ସେ କାଲି ଦୁର୍ବ୍ୟବହାର କରି ଭୂଲ କରିଛନ୍ତି ବୋଲି ସ୍ବୀକାର କରିଥିଲେ ଏବଂ ତାହାପାଇଁ ସେ ଲଜ୍ଜିତ ବୋଲି କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଭୂଲ ପୁନର୍ବାର କୌଣସି ବ୍ୟକ୍ତି ସହ ହେବନି ବୋଲି ସମଗ୍ର ବସ ମାଲିକ ସଂଘ ପାଖେ କ୍ଷମା ପ୍ରାର୍ଥନା କରିଥିଲେ ଏହା ପରେ ସଂଘ ଜିଦରୁ ଓହରିଥିଲେ । ସଂଘ ପକ୍ଷରୁ ସଂପାଦକ ସନ୍ତୋଷ କୁମାର ପତି, ସହ-ସଂପାଦକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ଅତୁନୁ କୁମାର ବେହେରା, ଆସ୍କାରୁ ସୂର୍ଯ୍ୟକାନ୍ତ ପରିଡା, ଭଞ୍ଜନଗରରୁ ଏସ୍. ବେଣୁଗୋପାଳ, ସୁଶାନ୍ତ ପ୍ରଧାନ, ପୁରୁଷୋତ୍ତମ ସଂଘର ଅରକ୍ଷିତ ଜେନା, ଓ ଏସ. ନାଗେଶ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା