ନିର୍ବାଚନ ଆଚରଣ ବିଧିକୁ ଫୁ : ସରକାରୀ ହୋଡିଂ ହଟିବ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ତ୍ରୀସ୍ତରୀୟ ନିର୍ବାଚନ ଲାଗି ଆଦର୍ଶ ନିର୍ବାଚନ ଆଚରଣ ଲାଗୁ ହେବାର ଏକ ମାସରୁ ଉର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ଜଳେଶ୍ୱର ବ୍ଲକ ଅଂଚଳରେ ବିଭିନ୍ନ ସ୍ଥାନରେ ସରକାରୀ ହୋଡିଂ ମାଳ ମାଳ ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ସରକାରୀ ହୋଡିଂ ଭୋଟର ମାନଙ୍କୁ ପ୍ରଭାବିତ କରୁଛି ବୋଲି ସଚେତନ ନାଗରିକମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆରୁହା ପଂଚାୟତର ଶାଳିକୋଠା ଛକ ଜଳେଶ୍ୱର-ପଶ୍ଚିମବାର୍ଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଏପରି ହୋଡିଂ ଦେଖିବାକୁ ମିଳିଛି । ଫଳରେ ପ୍ରଶାସନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି । ଏହାକୁ ହଟାଇବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ବିଡିଓ ଅଶ୍ୱିନୀ ନାଥ ଦାସଙ୍କୁ ପଚାରିବାରୁ ସେ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା