ଆଗାମୀ ପଞ୍ଚାୟତ ନିର୍ବାଚନରେ ସିପିଆଇଏମ ପାର୍ଥିଙ୍କୁ ବିଜୟୀ କର : କର୍ମୀ ସମ୍ମିଳନୀରେ ଜଳେଶ୍ଵର ସିପିଆଇ(ଏମ)ର ଆହ୍ୱାନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକର ୯ ନମ୍ବର ଜୋନର କର୍ମୀ ସମ୍ମିଳନୀ ଜଳେଶ୍ଵର ନୁଆବଜାରର ଭଞ୍ଜମଣ୍ଡପ ଠାରେ ଆଞ୍ଚଳିକ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇ ଯାଇଅଛି । ଏହି କର୍ମୀ ସମ୍ମିଳନୀରେ ସିପିଆଇ (ଏମ) ରାଜ୍ୟ ନେତା ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଞ୍ଚାୟତକୁ ଦୁର୍ନୀତି ମୁକ୍ତ କରିବା, ପଲ୍ଲୀ ସଭା ମାଧ୍ୟମରେ ସମସ୍ତ ଉନ୍ନୟନ କାର୍ଯ୍ୟ କରିବା, ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା କରିବା, ଧାନର କ୍ରୟ ମୂଲ୍ୟ ୩ ହଜାର ଟଙ୍କା, ଆବାସ ଯୋଜନାରେ ଦୁର୍ନୀତି ବନ୍ଦ କରିବା ସହିତ ଦର ବୃଦ୍ଧି ଓ ସାମ୍ପ୍ରଦାୟିକ ରାଜନୀତି ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ଆହ୍ବାନ କରିଥିଲେ । ଅନ୍ୟତମ ବ୍ୟକ୍ତା ଭାବେ ଶିଶିର ହୁଇ ସିତାଂଶୁ  ସେନାପତି, କୁନିମଣି ଦାସ, ପଲ୍ଟୁ ଦାସ, ମଦନ ମାହାଲି, ସନ୍ତୋଷ ଦାସ, ଯତୀନ ଜେନା, ଅଙ୍କୁର ବେହେରା, ଅନିତା ଦାସ, ସରସ୍ଵତୀ ପଲାଇ, ଅଞ୍ଜଳି ସିଂ, ବର୍ଷା ସିଂ, ସୁମିତ୍ରା ଦେ, ଗଗନ ଗିରି, ଗଣେଶ ଜେନା, ଧୀରେନ୍ଦ୍ର ଦେ, ଜଗନ୍ନାଥ ପରିଡ଼ା, ରବୀନ୍ଦ୍ର ବାରିକ, ରାମଚନ୍ଦ୍ର ଦେ, ଅଧିର ହୁଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସିପିଆଇ(ଏମ)ର ୮ ନମ୍ବର ୯ ନମ୍ବର ୧୦ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁମିତ୍ରା ମୁଖି, କୁନିମଣି ଦାସ ଓ ପୂର୍ଣ୍ଣଚନ୍ଦ୍ର ସିଂଙ୍କୁ ଦା ହାତୁଡୀ ତାରା ଚିହ୍ନରେ ଭୋଟ ଦେଇ ଜୟକୁକ୍ତ କରିବା ସଙ୍ଗେ ସଙ୍ଗେ ୧୪ଟି ପଞ୍ଚାୟତରେ ସିପିଆଇ(ଏମ) ସମର୍ଥିତ ସରପଂଚ ସଦସ୍ୟ ଓ ୱାର୍ଡ଼ ମେମ୍ବର ପର୍ଥୀ ମାନଙ୍କୁ ଜୟ ଯୁକ୍ତ କରିବାକୁ ଆହ୍ୱାନ ଦିଆ ଯାଇଥିଲା ।

ରିପୋର୍ଟ : ଭୂପତି ପରିଡା