ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକର ଦର ଦାମ ବୃଦ୍ଧିକୁ ବିରୋଧ କରି ମହିଳା ବିଜେଡି ପକ୍ଷରୁ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପେଟ୍ରୋଲ, ଡିଜେଲ,ଏଲ୍‌ପିଜି ସିଲିଣ୍ଡର, ଖାଇବା ତେଲ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସମସ୍ତ ସାମଗ୍ରୀର ଅହେତୁକ ଦର ଦାମ ବୃଦ୍ଧିକୁ ବିରୋଧ କରି ମହିଳା ବିଜେଡ଼ି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ମହିଳା ବିଜେଡ଼ି ସଭାପତି ସଂଘମିତ୍ରା ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏଥିରେ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ କେନ୍ଦ୍ର ସରକାର ନିଘୋଡ଼ ନିଦରେ ଶୋଇଥିବା କହିଛି ଜିଲ୍ଲା ବିଜେଡ଼ି । ଆଜି ଶତାଧିକ ବିଜେଡି କର୍ମୀ ଓ ମହିଳା କର୍ମୀ, କାଠଚୁଲା ଓ ଗ୍ୟାସ୍ ସିଲିଣ୍ଡର ଧରି ପିଡ଼ାବ୍ଲୁ ଡାକ ବଙ୍ଗଳା ଠାରୁ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଦରଦାମ ବୃଦ୍ଧି ବିରୋଧରେ ହସ୍ତକ୍ଷେପ ଲାଗି ରାଷ୍ଟ୍ରପତିଙ୍କ ଉର୍ଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାର ତ୍ରୁଟି ପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଆଜି ସାରା ଦେଶ ହନ୍ତସନ୍ତ ହେଉଛି  ବୋଲି  ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି । ଚଳିତ ମାସ ୬ ଏବଂ ୭ ତାରିଖରେ ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ସହରର ସମସ୍ତ ପେଟ୍ରୋଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଥିଲେ । ଏହି କାଯ୍ୟକ୍ରମରେ ଜିଲ୍ଲା ମହିଳା ବିଜେଡି ସଭାପତି ସଂଘମିତ୍ରା ଦଳାଇ, ରାଜ୍ୟ ବିଜେଡ଼ି ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ରାଜ୍ୟ ବିଜେଡ଼ି ପ୍ରବକ୍ତା ତୁମ୍ବନାଥ ପଣ୍ଡା ଜିଲ୍ଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା କୋଷାଧ୍ୟକ୍ଷ ରବୀନ୍ଦ୍ର ସାହୁ, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ କେ.ମାଧବୀ, ଗଞ୍ଜାମ ଜୋନ୍‌ ମହିଳା ସଭାନେତ୍ରୀ ମମତା ବିଷୋୟୀ, ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅସିତ କୁମାର ସାବତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମଳୟ ବିଷୋୟୀ, କୈଳାସ ବିଷୋୟୀ, ନେତାଜୀ ପାତ୍ର, ବନମାଳୀ ସେଠି,ବିଜୟ ଭାସ୍କର ସିଂ, ରାଜ୍ୟ ସମ୍ପାଦିକା ପ୍ରଜ୍ଞା ପଣ୍ଡା, ରତ୍ନମଣି କର୍ଟନ, ମହାନଗର ମହିଳା ସଭାନେତ୍ରୀ ଡ଼ଃ. ସୋନାଲି ଗନ୍ତାୟତ, ମହାନଗର ଉପସଭାପତି ମମତା ପାତ୍ର, ଏନ୍.ତେତେଶ୍ୱରୀ, ସଂଯୁକ୍ତା ସାମଲ, ଏମ୍ ସୁଜାତା ପାତ୍ର ଲକ୍ଷ୍ମୀପ୍ରିୟା ପାଢ଼ୀ, ମନିତା ଦାସ, ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା, ବିଜୟ ସାମଲ, ଉଦୟନାଥ ବେହେରା, ମମତା ବିଷୋୟୀ, ଜ୍ୟୋତ୍ସ୍ନା ନାୟକ, ସବିତା ପଣ୍ଡା, ଜିଲ୍ଲା ଛାତ୍ର ସଭାପତି ଶୋଭନ ନାୟକ, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା ସମାଜସେବୀ ଅନିଲ ରେଡ଼ି, ଦଣ୍ଡପାଣି ନାୟକ, ଅନୀଲ କୁମାର ନାୟକ, ପି.ଆଶାରାଣୀ, ଉଦ୍ଧବ ବିଷୋୟୀ, ସି.ଏଚ ଗଙ୍ଗାଧର ପାତ୍ର, ଦୁର୍ଗାମାଧବ ପଣ୍ଡା,  ଦଣ୍ଡପାଣି ସାହାଣୀ, ଭଗବାନ ଗନ୍ତାୟତ, ଏସ୍.ଏ ଖଲ୍ଲିଲ, ଦୁର୍ଗା ଲାୟକ,  ଶୂନ୍ୟ ଦାସ,  ଯୁବ ସମ୍ପାଦକ ଧିରେସ ସାବତ, ତାପସ ସାହୁ, ସୁର୍ଯ୍ୟକାନ୍ତ ସୁବୁଦ୍ଧି, ନଳିନୀକାନ୍ତ ଦେବଦର୍ଶୀ, ତେଜ ସ୍ୱାମୀ, ସୁଧାକର ସ୍ୱାମୀ, ରବୀନ୍ଦ୍ର ମିଶ୍ର, ନିଖିଲ ଚୌଧୁରୀ, ରାଜେଶ ପଟ୍ଟନାୟକ, ସତ୍ୟବ୍ରତ ସାମନ୍ତରାୟ, ଆର୍.କାଶୀ, ଆଦିତ୍ୟ ନାରାୟଣ ସାହୁ, ଶକ୍ତି ରଂଜନ ସାହୁ, ସଚିନ ପଣ୍ଡା, ରବିନ୍ଦ୍ର ସାହୁ, ଏଙ୍କିଡ଼ି, ଡୋଳାଞ୍ଜନ ନାୟକଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା