ଦରଦାମ ବୃଦ୍ଧିକୁ ନେଇ ବିଜେଡ଼ି ମହିଳାଙ୍କ ଧାରଣା ଓ ବ୍ଲକ କାର୍ଯ୍ୟାଳୟ ଘେରାଉ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟବ୍ୟାପୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ମହିଳା ବିଜୁ ଜନତା ଦଳ ତରଫରୁ ଧାରଣା ଓ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ତରଫରୁ ଗୋଶାଣୀ ବ୍ଲକ ସାମ୍ନାରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ମହିଳା ତୁଙ୍ଗନେତ୍ରୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଦରଦାମକୁ ବିରୋଧ କରିଥିଲେ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୁଲ୍ୟ ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦର ନାରାବାଜି କରିଥିଲେ ଓ ଶେଷରେ ମହାମହିମ ରାଷ୍ଟ୍ରପତିଙ୍କ ଉର୍ଦ୍ଧେଶରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ରାଜ କୁମାରୀ କଲ୍ୟାଣି ଦେବୀ, ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜ, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ, ମାରୁତ ପାଳ, ଲଷ୍ମୀକାନ୍ତ ପରିଛ।ଙ୍କ ସମେତ ଦଳର ତୁଙ୍ଗନେତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିଲେ । ସଭାଟିକୁ ପରିଚାଳନା କରିଥିଲେ ବ୍ଲକ ମହିଳା ସଭାପତି ରିତା ପାତ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ମହିଳା ଉପସଭାପତି ଶ୍ରୀମତୀ ସଂଯୁକ୍ତା ବେହେରା ।

ରିପୋର୍ଟ : କୃଷ୍ଣ କୁମାର ବେହେରା