ନିଜ ପ୍ରତିଭାକୁ ନିଜ ଦେଶେ କର ଅର୍ପଣ…

ଆଜିର ଯୁବପିଢ଼ି ମାନଙ୍କୁ କିଛି ନିର୍ଦ୍ଦିଷ୍ଟ ଚିନ୍ତାରେ ନିଜକୁ ସଜାଡି ସଠିକ୍ ଭାବରେ ଶିକ୍ଷା ଗ୍ରହଣ କରି ନିଜକୁ ଶିକ୍ଷିତ କରିବା ସହ ନିଜେ ନିଜକୁ ପ୍ରତିଭାବାନ କରିବା ଉଚିତ୍, ତା ଦ୍ଵାରା ନିଜର ଶିକ୍ଷାନୁଶିକ୍ଷା ସହିତ ଜୀବିକା ମଧ୍ୟ ଠିକ୍ ଭାବରେ ବାଛି ପାରିବେ ବୋଲି ମନେ ହୁଏ । ସାଧାରଣତଃ ଭାରତ ବର୍ଷରେ ଶିକ୍ଷା ସମାପ୍ତ କରି ଯୁବପିଢି ମାନେ ନିଜର ରୋଜଗାର ବ୍ୟବସ୍ଥାକୁ ସରଳ ଭାବରେ ଚୟନ କରିବା ଦ୍ୱାରା ପ୍ରକୃତ ପ୍ରତିଭା ବିକଶିତ ହୋଇ ପାରେ ନାହିଁ । ଏହା ସବୁ ଯୁବପିଢ଼ି ମାନେ ଜାଣି ରଖିବା ଉଚିତ୍ । ପ୍ରତ୍ୟେକଙ୍କ ଭିତରେ ଏକ ଅଦୃଶ୍ୟମାନ ଶକ୍ତି ଓ ପ୍ରତିଭା ଲୁକାଇତ ହୋଇ ରହି ଥାଏ ଯାହାକୁ ପୁନଃଜନ୍ମ ଦେବାର ବ୍ୟବସ୍ଥା ସିଏ ହିଁ କରିପାରେ, ମାତ୍ର ଶିକ୍ଷାପ୍ରାପ୍ତ କରିବା ପରେ ନିଜ ଜୀବନକୁ ସରଳୀ କରଣ କରିବା ଉଦ୍ଦେଶ୍ୟରେ ଚାକିରୀ ପଛରେ ଦୌଡ଼ି ନିଜ ପ୍ରତିଭାକୁ ଅଣଦେଖା କରିବା ଏକ ନିତିଦିନଆ କାର୍ଯ୍ୟ ହେବାର ଲାଗିଚି । ଯାହାକି ବିଦେଶ ଯଥା ଆମେରିକା ହେଉ ତଥା ୟୁରୋପର କୌଣସି ରାଷ୍ଟ୍ର ହେଉ ସେଠିକା ପ୍ରତିଭାବାନ୍ ଯୁବପଢ଼ି ମାନଙ୍କୁ ଯଥେଷ୍ଟ ପରିମାଣରେ ସାହାର୍ଯ୍ୟ ହେବା ଯୋଗୁଁ ରାଷ୍ଟ୍ରର ବିକାଶ ହେବାରେ ଯଥେଷ୍ଟ ସାହାର୍ଯ୍ୟ ହୋଇପାରୁଛି । ମାତ୍ର ଆମ ଭାରତୀୟ ସମାଜରେ ଯୁବପିଢି ମାନେ ନିଜର ପ୍ରତିଭାକୁ ବିଦେଶ ରେ ସମର୍ପଣ କରି ବିଦେଶୀ ମାନଙ୍କର ରାଷ୍ଟ୍ର ଗଠନରେ ସହୋଯୋଗ କରିବାକୁ ହେତୁ ଭାରତର ଯୁବ ପୀଢ଼ିମାନଙ୍କ ଲୁକ୍କାୟିତ ପ୍ରତିଭା ସ୍ୱଦେଶରେ ଏକରକମର ଲିଭିବାରେ ଲାଗିଛି । ଏଣୁ ପ୍ରତ୍ୟେକ ଶିକ୍ଷିତ ଯୁବପୀଢ଼ିମାନଙ୍କୁ ଶିକ୍ଷା ସମାପ୍ତ ପରେ ନିଜର ପ୍ରତିଭାକୁ ନିଜର ଦେଶରେ ଉନ୍ନତି ପାଇଁ ଯଦି ସମର୍ପଣ କରି ପାରିବେ ତାହା ହେଲେ ଭାରତ ବର୍ଷ ନିଶ୍ଚତ ଭବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇପାରିବ। ମାତ୍ର ଯୁବପିଢୀ ମନଙ୍କୁ ବିଦେଶ ଯିବାର ଭୋକ ତାଙ୍କୁ ଏକ ରକମର ଭାରତ ବର୍ଷ ମାଟି ପାଇଁ ସର୍ବନାଶ କହିଲେ ଭୁଲ୍ ହେବ ନାହିଁ । ପ୍ରକୃତ ଶିକ୍ଷା ପାଇଲା ପରେ ସ୍ୱଦେଶରେ ତାକୁ ଯଦି ବିନିଯୋଗ କରିପାରନ୍ତି ତେବେ ଏହି ଯଉ ଚାଲୁ ଥିବା ବିଦେଶ ଯିବା ପରମ୍ପରା ବନ୍ଦ ହୋଈ ଯାଇଥାନ୍ତା ଏବଂ ନିଜ ଦେଶ, ମାଟି ଓ ମା ପୃଥିବୀ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ କରିପାରିଥାନ୍ତା ଏଣୁ ସେମାନେ ଦେଶ ଗଢ଼ିବାରେ ଏବଂ ନିଜକୁ ଗଢିବାରେ ଏକ ପ୍ରମୁଖ ଭୂମିକା ହୋଇପାରନ୍ତେ । ମାତ୍ର ଉଚ୍ଚ ଶିକ୍ଷା ଗ୍ରହଣ କରିସାରିବା ପରେ ନିଜ ଦେଶକୁ ତ୍ୟାଗ କରି ପରଦେଶକୁ ଯାଇ ଅର୍ଥ ଉପାର୍ଜନ କରିବା ଚିନ୍ତା ଦେଶକୁ ସର୍ବନାଶ ଆଡ଼କୁ ନେଉଛି କହିଲେ ଭୁଲ୍ ହେବ ନାହିଁ । ଏଥିରେ ଯୁବ ପୀଢ଼ି ମାନଙ୍କ ତଥା ଛାତ୍ରଛାତ୍ରୀମାନଙ୍କ ସହିତ ଅଭିଭାବକ ମଧ୍ୟ ଦାୟୀ କହିଲେ କ୍ଷତି ହେବ ନାହିଁ । ତେଣୁ ମୋଟ ଉପରେ ଏହା ହିଁ କହିବା ଦରକାର ଶିକ୍ଷିତ ହେବା ସହିତ ଶିକ୍ଷାକୁ ନିଜ ଦେଶରେ ସମର୍ପଣ କରି ନିଜ ଦେଶକୁ ଉନ୍ନତି ପଥେ ନେବା ପ୍ରତ୍ୟେକ ଯୁବପିଢିଙ୍କ ଆବଶ୍ୟକ ।

ସ୍ମିତା ପଟ୍ଟନାୟକ
ଆଇନ୍ ଛାତ୍ରୀ
ଛତ୍ରପୁର, ଗଞ୍ଜାମ