ନିଜ ଜନ୍ମ ଦିନରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ସମାଜସେବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇ ବିଭିନ୍ନ ନିୟମ ଜାରି କରାଯାଇଛି । ଏଭଳି ବିପଦ ସମୟରେ ଯୋଦ୍ଧା ଭାବେ ଆଗଧାଡିରେ କାର୍ଯ୍ୟକରି ଆସୁଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପୋଲିସ, ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧୀ ଓ ପ୍ରଶାସନିକ କର୍ମଚାରୀମାନେ । ଏଥିପାଇଁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କୋଭିଡ-୧୯ ଯୋଦ୍ଧାମାନଙ୍କୁ ସମ୍ମାନୀତ କରାଯାଉଥିବା ବେଳେ ଛତ୍ରପୁର ସହରର ଜଣେ ଯୁବ ବ୍ୟବସାୟୀ ତଥା ସମାଜସେବୀ ଡମ୍ବୁରୁଧର ସାହୁ ନିଜ ଜନ୍ମ ଦିନ ଅବସରରେ ଛତ୍ରପୁର ଅଂଚଳର ସମସ୍ତ ସାମ୍ବାଦିକ ଓ ୫ଜଣ ସରପଞ୍ଚ ଏବଂ ସମାଜସେବୀ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ସ୍ଥାନୀୟ ଲିସା ଗେଲେକ୍ସି ପରିସରରେ ପ୍ରଥମେ ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌. ଲକ୍ଷ୍ମୀ, ଭିକାରୀପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, ଚିକଲଖଣ୍ଡି ସରପଞ୍ଚଙ୍କ ପ୍ରତିନିଧୀ ତଥା ପୂର୍ବତନ ସରପଞ୍ଚ ଡି.ରାମ ସ୍ୱାମୀ ରେଡ୍ଡୀ, ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥୀ ବେହେରା, ମତ୍ସ୍ୟଜିବି ନେତା ତଥା ପୂର୍ବତନ ନାଏବ ସରପଞ୍ଚ ଏମ୍‌.ଗୁମାଲୀଙ୍କୁ ଶ୍ରୀ ସାହୁ ଫୁଲ ଚନ୍ଦନ ଦେଇ ହାତ ଯୋଡି ସମସ୍ତଙ୍କୁ ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଅବିକଳ ଛତ୍ରପୁର ଅଂଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ଯୁବ ବ୍ୟବସାୟୀ ଶ୍ରୀ ସାହୁ ଫୁଲ ଚନ୍ଦନ ଦେଇ ହାତ ଯୋଡି ଉପଢୈକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ଭାବେ ଆମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା