ନାଳଗଣ୍ଡରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବୁଧବାର ଦିନ ତଥା ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଦିଗପହଣ୍ଡି ଠାରୁ ଏକ କିମି ଦୂରରେ ଥିବା ନବରଙ୍ଗପୁର ପାଖଦେଇ ଯାଇଥିବା ନାଳଗଣ୍ଡରୁ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଏସ୍ . ଗୋପାଳପୁର ଗ୍ରାମର ରଘୁ ଗୌଡ ବୋଲି ଜଣାପଡିଛି । ସୂଚନା ଅନୁସାରେ, ମୃତ ରଘୁ ଶନିବାର ଠାରୁ ଘରୁ ବାହାରି ଯାଇଥିବା ପରିବାର ଲୋକେ କହୁଥିବା ଜଣାପଡିଛି । ସେହି ଦିନ ଠାରୁ ରଘୁ ଆଉ ଘରକୁ ଫେରିନଥିଲେ । ଗତକାଲି କିଛି ଲୋକ ରଘୁ ଉକ୍ତ ନାଳଗଣ୍ଡ ପାଖରେ ବସିଥିବା ସୂଚନା ଦେଇଛନ୍ତି । ଶନିବାର ଠାରୁ ରଘୁ ଘରକୁ ନ ଫେରିବା ଦେଖି ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ପାଇନଥିଲେ । ବୁଧବାର ସକାଳେ ଉକ୍ତ ନାଳଦେଇ ଯାଉଥିବା ସମୟରେ କିଛି ଲୋକ ନାଳଗଣ୍ଡରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖି ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଓ ଦିଗପହଣ୍ଡି ଦମକଳବାହିନୀ ଘଟଣାସ୍ଥଳରେ ନିୟୋଜିତ ରହି ମୃତ ରଘୁଙ୍କ ମୃତଦେହକୁ ଗଣ୍ଡ ଭିତରଙ ଉଦ୍ଧାର କରିଥିଲେ । ଏନେଇ ଦିଗପହଣ୍ଡି ପୋଲିସ ମୃତ ରଘୁଙ୍କ ଶବକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏନେଇ ଦିଗପହଣ୍ଡି ଥାନା ଅପମୃତ୍ୟୁ ମାମଲା କେସ ନଂ – ୦୪/୧୯ ଅନୁଯାୟୀ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା