ଦ୍ଵିତୀୟ ପର୍ଯ୍ୟାୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ମିଶନ ମାଧ୍ୟମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ଛତ୍ରପୁର ପରିମଳ ବିଶେଷଜ୍ଞ ଝଲକ ଦାସ ପ୍ରଶିକ୍ଷକ ଭାବେ ଯୋଗଦେଇ ଲୋକମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ସଚେତନ କରାଇଥିଲେ । ଏନଏସିର ୧୧ ଗୋଟି ୱାର୍ଡର ସମସ୍ତ ବାସିନ୍ଦାଙ୍କୁ ଏନଏସି ପକ୍ଷରୁ ଯୋଗାଣ ହୋଇଥିବା ନୀଳ ଓ ସବୁଜ ଡଷ୍ଟବିନ୍ରେ ପୃଥକ ପୃଥକ ଭାବେ ଶୁଖିଲା ଓ ଓଦା ବର୍ଜ୍ୟ ବସ୍ତୁ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଉକ୍ତ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁ ସବୁକୁ ଏନଏସିର ଅଳିଆ ବୋଝେଇ ଗାଡି ସାହି ସାହି ପରିକ୍ରମା କରି ସଂଗ୍ରହ କରି ସେସବୁକୁ ଡମ୍ପିଂ ୟାର୍ଡରେ ପକାଇ ନଷ୍ଟ କରିବ ବୋଲି କୁହାଯାଇଥିଲା । ନିୟମିତ ଡଷ୍ଟବିନ୍ ସବୁ ବ୍ୟବହାର କରି ନିଜ ଅଞ୍ଚଳ ଏବଂ ଚତୁଃପାଶ୍ୱର୍କୁ ସୁସ୍ଥ ଓ ପରିଷ୍କାର ରଖିବା ସହିତ ନିରାପଦ ଜୀବନ ବିତାଇବା ପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଗପହଣ୍ଡି ସହରକୁ ପଲିଥିନ ମୁକ୍ତ ସହର ଭାବେ ବିବେଚିତ କରିବା ପାଇଁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ମେକାପ, ଭାରତୀ ପାଢୀ, ସ୍ନେହଲତା ମିଶ୍ର, ପବିତ୍ରା ପ୍ରଧାନ, ସନ୍ତୋଷ ମହାନ୍ତି, ସନ୍ତୋଷ ପାଢୀ, ମମତା ପଣ୍ଡା, ଦୂର୍ଗା ମାଧବ ପ୍ରଧାନ, ସିଏଚ୍. ଲୋକେଶ୍ବରୀ, ରାଜକିଶୋର ରଥ, ୟୁଏଲବି ସଂଯୋଜକ ସନ୍ତୋଷ କୁମାର ବାଡତ୍ୟା, ବାଳକୃଷ୍ଣ ପାଣିଗ୍ରାହୀ, ରଞ୍ଜିତ କୁମାର ପଟ୍ଟନାୟକ, ସାହେବ ରେଡି, ଆଦିତ୍ୟ କୁମାର ରଥ, ମମତା ପ୍ରଧାନ, ସହଦେବ ନାୟକ, ସତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଏଥିସହ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀମାନେ ଓ ସହରବାସିିନ୍ଦା ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା