ନବ ନିର୍ମାଣ କୃଷକ ସଂଘଠନ ପକ୍ଷରୁ ସାର ସମସ୍ୟା ନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସାର ସମସ୍ୟା ଉଗ୍ର ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇବାରେ ବିଫଳ ହେଉଥିବାରୁ ଏ ନେଇ ଚାଷୀମାନଙ୍କ ମଧ୍ୟରେ ଅଶନ୍ତୋଷ ମଧ୍ୟ ପ୍ରକାଶ ପାଉଛି ଆଉ ସବୁ ଜାଣି ଚୁପ ବସିଛି ଜିଲ୍ଲା ପ୍ରଶାସନ । ଫଳରେ ଚାଷୀ କୂଳ ଏବେ ତାର ଫସଲକୁ ନେଇ ଚିନ୍ତିତ । ଏ ନେଇ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରଶାଦ ବ୍ଲକର ନବ ନିର୍ମାଣ କୃଷକ ସଂଘଠନର କୋକଳବା ଓ ତାରସିଂ ପଂଚାୟତର ଚାଷୀ । ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଖରିଫ ଚାଷରେ ୟୁରିଆ, ପଟାସ, ଡ଼ିଏପି ଆଦି ସାର ସେବା ସମବାୟ ସମିତି ଦ୍ୱାରା ସେମାନେଙ୍କୁ ପ୍ରଦାନ କରାଯାଇନାହିଁ । ଯାହା ଫଳରେ କୋକଳବା ଓ ତାରସିଂ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହେବା ବସିଲାଣି । ଏଣୁ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଅପରପକ୍ଷରେ ଏ ନେଇ ସଂଘଠନର ସମ୍ପାଦକ ଶ୍ରୀନିବାସ ଦଳ ବେହେରା କହିଛନ୍ତି ଗତ ଥର ଆସିଥିବା ସାରକୁ ପଂଚାୟତରେ ସଠିକ ଭାବରେ ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ । ଦୁଇ ଗୋଟି ପଞ୍ଚାୟତରେ ହଜାର ହଜାର ହେକ୍ଟର ଚାଷଜମି ରହିଥିବା ବେଳେ ୮/୧୦ ଟ୍ରକ ସାର ଆବଶ୍ୟକ ପଡୁଛି । ଉପଜିଲ୍ଲାପାଳ ଏ ନେଇ ଆଗାମୀ ୨ ଦିନ ମଧ୍ୟରେ ସାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।