ନବୋଦ୍ୱୟ ପ୍ରବେଶିକା ପରୀକ୍ଷା : ୩ କେନ୍ଦ୍ରରେ ୭୬୬ ମଧ୍ୟରୁ ପରୀକ୍ଷା ଦେଲେ ୫୯୦…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ନବୋଦ୍ୱୟ ପ୍ରବେଶିକା ପରୀକ୍ଷା ଥିବା ବେଳେ ଜଳେଶ୍ୱର ଅଂଳଚରେ ୩ଟି ପରୀକ୍ଷା କେନ୍ଦ୍ରର ୭୬୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯୦ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି । ଜଳେଶ୍ୱର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୩ଟି ପରୀକ୍ଷା କେନ୍ଦ୍ର ରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଜଳେଶ୍ୱର ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଅବ୍‌ଜରର୍ଭର ଯଥାକ୍ରମେ ଡ. ଅଜିତ୍ କୁମାର ମହାନ୍ତି, ମନୋରଂଜନ ଦାସ ଓ ସୁଶାନ୍ତ କୁମାର ଜେନା ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୨୪୯ ଜଣ ପରୀକ୍ଷା ଦେଇଥିଲେ । ଜଳେଶ୍ୱର ଟାଉନ୍ ହାଇସ୍କୁଲରେ ୨୫୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୨୦୦ ଓ ରାଜପୁର ହାଇସ୍କୁଲରେ ୨୦୨ ଜଣଙ୍କ ମଧ୍ୟରୁ ୧୫୧ଜଣ ପରୀକ୍ଷା ଦେଇଥିଲେ । ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ପରିଚାଳନା ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା