ନବବର୍ଷ ସାରସ୍ୱତ ସମାରୋହ ଓ ପୁସ୍ତକ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସଙ୍କଟବେଳେ ସାହିତ୍ୟକାରଙ୍କ ଅର୍ଥନୈତିକ, ଆଧ୍ୟାତ୍ମିକ, ମାନବିକ ଓ ନୈତିକ ମୂଲ୍ୟବୋଧ ପରବର୍ତ୍ତି ସମୟରେ ଇତିହାସ ପାଲଟିଯାଏ । କିନ୍ତୁ ତତ୍‌କାଳୀନ ଘଟଣାବଳି, ଲୋକକଥା, ଲୋକକଳା ଓ ସଂସ୍କୃତି ହଜି ଯାଉଥିବାରୁ ଆଗାମୀ ପିଢୀପାଇଁ ଏହାର ସଂରକ୍ଷଣ ଅତି ଆବଶ୍ୟକ ଯାହାକୁ ଏବେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ସଇତି ରଖିବା ପ୍ରଚେଷ୍ଟା କରି ସୃଷ୍ଟି କରିଛନ୍ତି ଓଡିଆ ଲୋକ କଳା ଓ ଲୋକ ସଂସ୍କୃତି ବୋଲି ବିଶିଷ୍ଟ ସାହିତ୍ୟକାରମାନେ ଏଠାରେ ମତବ୍ୟକ୍ତ କରିଛନ୍ତି । ପୁସ୍ତକକୁ ଉନ୍ମୋଚନ କରି ଡ. ସିରିଶ ଚନ୍ଦ୍ର ଜେନା ଓଡିଆ ଲୋକ ସଂସ୍କୃତିରୁ ହଜି ଯାଉଥିବା ବିଷୟବସ୍ତୁକୁ ଜନମାନସରେ ଉଦ୍‌ଜିବୀତ କରିବାର ଏହା ସେ ପ୍ରୟାସ କରିଛନ୍ତି । ଏଥିରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ ଓ କାଳିପଦା ପଣ୍ଡା ପ୍ରମୁଖ ଏହି ପୁସ୍ତକରେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ଲୋକ ସଂସ୍କୃତିର ତତ୍ୱଗତ ଓ ବସ୍ତୁଗତ ପରିଚୟ ଲିପିବଦ୍ଧ କରିଛନ୍ତି । ଦୂରଦୃଷ୍ଟି ସମ୍ପନ୍ନ ସାହିତ୍ୟକାରମାନେ ଧର୍ମ ଦର୍ଶନ, ଇତିହାସ, ସାହିତ୍ୟ, ଚାରୁ ଓ କାରୁକଳା ଆଦି ସହିତ ଲୋକ ସଂସ୍କୃତିର ସଂର୍ପକକୁ ଯୋଡିଥାନ୍ତି ବୋଲି ସେମାନେ କହିଛନ୍ତି । କବି ବ୍ରଜେନ୍ଦ୍ର ଗିରିଙ୍କ ସଭାପତିତ୍ୱରେ ସର୍ବେଶ୍ୱର ଜେନା, ସୁକାନ୍ତ ଗିରି, ନିବାରଣ ଜେନା, ସନ୍ତୋଷ ନାୟକ, ଡ. ସିପ୍ରା ସରକାର, ଦୟାନିଧି ସାହୁ, ସୁକୁମାର ଦାସ ପ୍ରମୁଖ ତାରୁଣ୍ୟ ମିଳନି କକ୍ଷରେ ଇଂରାଜୀ ନବବର୍ଷ ସାରସ୍ୱତ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ସ୍ୱାଗତ ଓ ଦୀର୍ଘ ୪୨ବର୍ଷଧରି ଦୀନକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ନବବର୍ଷ ପାଳିତ ହୋଇ ଆସୁଛି । ପଶ୍ଚିମବଂଗ ଓ ଓଡିଶା ସାରସ୍ୱତତ ସାଧକ ମାନେ ଯୋଗ ଦେଇ ଆସୁଥିବାର କହିଥିଲେ । ଯୋଗେଶ ଚନ୍ଦ୍ର ରାଉଳ ମଂଚ ଆହ୍ୱାନ କରିଥିବା ବେଳେ ଭ୍ରୁଗୁରାମ କର ବେଦପାଠ କରିଥିଲେ । ପ୍ରଥମ ଅଧିବେସନରେ ଡ. ରମାକାନ୍ତ ଭଂଜ ଅଧ୍ୟକ୍ଷତା କରିଥିବା ବେଳେ ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁ ପ୍ରମୋଦ ପଣ୍ଡା ଓ ମହେଶ୍ୱର ପ୍ରଧାନଙ୍କ ସ୍ୱାଗତ ସଂଗୀତ ଗାନ ପରିବେଷଣ କରିଥିଲେ । କବିତା ପାଠୋତ୍ସବରେ ଡ. ଶ୍ରୀକୁମାର ଓ ତାନଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଓଡିଶା ଓ ପଶ୍ଚିମବଂଗର ବହୁ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ତ୍ରିଲୋଚନ ଗିରି, ଜ୍ୟୋତିଷ ଚନ୍ଦ୍ର କର ଓ ଶରତ ପରିଡା ପରିଚାଳନା କରିଥିଲା ।

 ରିପୋର୍ଟ : ଭୂପତି ପରିଡା