ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନରେ ଓସ୍ୱାନ ହଲ ଠାରେ ଏକ ଜରୁରୀ କାଳୀନ ବୈଠକ କରି ଜିଲ୍ଲାରେ କରୋନା ଜନିତ ସଂକ୍ରମଣକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜଣାଇଥିଲେ । ପ୍ରାରମ୍ଭରେ ନବ ବର୍ଷର ପ୍ରଥମ ଦିନର ପ୍ରଥମ ବୈଠକରେ ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ । ଗଞ୍ଜାମ ଟିମକୁ ଅଭିନନ୍ଦନ ଜଣାଇ କୋଭିଡ୍ ର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହର ସମୟରେ କିଭଳି ଗଞ୍ଜାମ ଜିଲ୍ଲା କିଭଳି ମୁକାବିଲା ଦିଗରେ ସମସ୍ତଙ୍କର ସହ ଯୋଗ ଏବଂ କାର୍ଯ୍ୟ ପ୍ରଣାଳୀ ଯୋଗୁଁ ପ୍ରଶଂସା କରିଥିଲେ । ସାମ୍ପ୍ରତ୍ତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଅଛି । ଏଣୁ ପୂର୍ବରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଓମିକ୍ରନ ଦାଉରୁ ଜିଲ୍ଲା ବାସୀଙ୍କୁ ସୁରକ୍ଷିତ କରାଯାଇପାରିବ । ଏଣୁ ଗୋଷ୍ଟୀଗତ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଠିକ୍ ପରିଚାଳନା କରିବାକୁ ହେବ । ସଚେତନତା କାର୍ଯ୍ୟକୁ ବ୍ୟାପକ କରି ଲୋକଙ୍କୁ ସଚେତନତା ଏବଂ ସମସ୍ତ ପ୍ରକାର କୋଭିଡ୍ ନିୟମର ଅନୁପାଳନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ସନ୍ଦେହ ବ୍ୟକ୍ତିଙ୍କୁ ପରିକ୍ଷା ଏବଂ ତତ୍ୱାବଧାନ ଓ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଗହଳିକୁ ସମ୍ପୁର୍ଣ୍ଣ ବାରଣ, ଲୋକଙ୍କ ମାସ୍କ ପରିଧାନ ବାଧ୍ୟତା କରାଯିବ, ବାହାଘର ସକାଶେ ଅନୁମତି ଗ୍ରହଣ କରିବା ସହିତ ସମସ୍ତ ପ୍ରକାର କୋଭିଡ୍ ନିୟମ ଅନୁପାଳନ ଜରୁରୀ । ଜିଲ୍ଲାରେ ଯେଉଁ ସବୁ କାର୍ଯ୍ୟ କରାଯାଉଛି ସବୁ କାର୍ଯ୍ୟରେ ୫ ଟି ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଠିକ୍ ସମୟରେ ହେବା ସହିତ ଗୁଣବତ୍ତା ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ରୁପାନ୍ତିକରଣ କାର୍ଯ୍ୟ ଯୋଗୁଁ ସମସ୍ତ କାର୍ଯ୍ୟର ରୁପରେଖ ବଦଳୁଥିବା ପରିଲକ୍ଷିତ ହେଉଛି । ସହରାଂଚଳରେ ମୁକ୍ତା ଯୋଜନା କାର୍ଯ୍ୟକୁ ବ୍ୟାପକ କରାଯିବ । ସେହିପରି ନରେଗାରେ ତାରା ଯୋଜନାକୁ ସଂପୃକ୍ତ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ବୈଠକ ଜୁମ କିମ୍ବା ଭିସି ଦ୍ୱାରା ଆରୋଚନା କରିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ସୋମବାର ଦିନ ସ୍ୱଚ୍ଛ କାର୍ଯ୍ୟକୁ ତ୍ୱରାନ୍ନିତ କରାଯିବ । ଗାଁ କେମିତି ସଫେଇ ହେବ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ହେବ । ପୁଣି ନରେଗାରେ ଜୀବନ ଜିବିକା, ମିଶନ ଶକ୍ତି ଗୃହ ହେବା ସହିତ ମିଶନ ଶକ୍ତି ଗୃହର କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁକ୍ତା ଯୋଜନାରେ ସୌନ୍ଦର୍ଯ୍ୟକରଣ, ସଫେଇ, ମୋ ୱାର୍ଡ ବୈଠକ ଇତ୍ୟାଦି ବିଷୟ ନେଇ ଆଲୋଚନା କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ଦ୍ୱାରା ଛତ୍ରପୁର ଠାରେ ଯେଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି ବଟା ଦିଗରେ ପଦକ୍ଷେପ ନିଆଯାଇଛି । ଠିକ୍ ସେହିଭଳି ଅନ୍ୟ ସ୍ଥାନରେ କରିବାକୁ ଜିଲ୍ଲାପାଳ ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ଅଂଚଳରେ ରହିଥିବା ପର୍ଯ୍ୟଟନ ସ୍ଥଳୀର ଅନେକ ବିକାଶ କରାଯାଇଛି । ସେଗୁଡିକ ସଫେଇ ଓ ପରିଚାଳନା ଦିଗ ପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରର ସଫେଇ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି । ମୋ ହସପିଟାଲ ମୋ ଗର୍ବକୁ ସଂଶକ୍ତକରଣ କରିବାକୁ କହିଥିଲେ । ପାନୀୟ ଜଳର ସୁପରିଚାଳନା ଦିଗରେ ଧ୍ୟାନ ଦେବା ପାଇଁ କହିଥିଲେ । ବୈଠକରେ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଓ ପ୍ରିୟ ରଞ୍ଜନ ପୃଷ୍ଟି, ସିଡିଏମଓ ଡାକ୍ତର ଉମା ଶଙ୍କର ମିଶ୍ର, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଲିକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା