ନଦୀକୂଳ ସ୍ଥିତିବାନ ଜାଗାରୁ ବାଲି ମାଫିଆଙ୍କ ଜବରଦସ୍ତ ବାଲି ଉତ୍ତୋଳନ : ଥାନାରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସୈରାତ, ରିଭରବ୍ଲକ ଅଂଚଳରୁ ଗତକିଛିବର୍ଷ ଧରି ବ୍ୟାପକ ବେଆଇନ୍ ବେଧଡକ ବାଲି ଉତ୍ତୋଳନ ହେଉଥିବା ବେଳେ ଏବେ କେତେକ ବାଲିମାଫିଆଙ୍କ ସ୍ଥିତିବାନ ଜମିରେ ଥିବା ବାଲି ଉପରେ ଲୁଲୁପ ଦୃଷ୍ଟି ପଡିଛି । ଏଥିନେଇ ଜଳେଶ୍ୱର ଥାନା ଓ ତହସିଲରେ ଅଭିଯୋଗ ହୋଇଥିବା ଜଣାଯାଇଛି । ଚାଲନ୍ତି ଗାଁର ନାରାୟଣ ଚନ୍ଦ୍ର ଧଳ ଓ ଜନ୍ମେଜୟ ମଣ୍ଡଳ ସେମାନଙ୍କ ସ୍ଥିତିବାନ ଜମିରୁ ଗତ ୨୧ତାରିଖ ରାତିରେ ବାଲି ଉତ୍ତୋଳନ କରାଯାଇଥିବାରେ ଅଭିଯୋଗ ହୋଇଛି । ରବିବାର ରାତି ୧୦ଟାରେ ଚାଲନ୍ତି ଗାଁର ଖାତା ନଂ ୨୯୧ ଖସଡା ୨୦୪୦, ୨୦୪୧, ୨୦୪୨ ଓ ୨୦୪୩ରୁ ସୁବାଷ ପ୍ରମାଣିକ (ମୁନା) ଓ ତାର ୬ଜଣ ସାଥି ନମ୍ବର ବିହିନ ଟ୍ରାକ୍ଟରରେ ଜବର୍ଦସ୍ତ ବାଲି ଉତ୍ତୋଳନ କରୁଥିବାରୁ ଜମିମାଲିକ ନାରାୟଣ ଚନ୍ଦ୍ର ଧଳ ବିରୋଧ କରିଥିଲେ । ସୁବାଷ ପ୍ରମାଣିକ ଓ ତାଙ୍କ ସାଥି ଅଶ୍ଳୀଳ ଭାଷା ପ୍ରୟୋଗ ସହିତ ଗାଳିଗୁଲଜ କରିଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ସେହି ଗାଁର ଜନ୍ମେଜୟ ମଣ୍ଡଳ ପ୍ଲଟ ନଂ୨୦୩୧, ୨୨୨୮, ୨୦୨୭ରୁ ସୁଦର୍ଶନ ପ୍ରମାଣିକ ବେଆଇନ୍ଭାବେ ବାଲି ଉଠାଇ ନିକଟସ୍ଥ ଏକ ସରକାରୀ ସ୍ଥାନରେ ମହଜୁଦ କରିଛନ୍ତି । ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା