ଜଳେଶ୍ୱରରେ ମରୁଡି ପରିସ୍ଥିତି : ଜରୁରୀ ପରିସ୍ଥିତିରେ ଚାଷୀଙ୍କୁ ପାଣି ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ଆଷାଡ ଯାଇ ଶ୍ରାବଣ ଆସିଲାଣି ମାତ୍ର ବର୍ଷାର ଦେଖା ଦର୍ଶନ ନାହିଁ । ଶ୍ରାବଣର ବାରିଧାରରେ ଜମିରେ ପାଣି ଭର୍ତ୍ତିୀ ରହିବାକୁଥିବା ବେଳେ ଜଳେଶ୍ୱର ବ୍ଲକ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇନାହିଁ । ମରୁଡି ପରିସ୍ଥିତ ସୃଷ୍ଟି ହୋଇଥିବାରୁ ଆଜି ଓଡିଶା କୃଷକ ସଭାର ବ୍ଲକ କମିଟି ୩ଦଫା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ସରକାରୀ ଓ ଘରୋଇ ଲିପ୍ଟପାଏଣ୍ଟରୁ ବିଦ୍ୟୁତ୍ ଶୁଳ୍କ ଛାଡ କରିବା, ଅଚଳ ଲିପ୍ଟ ପଏଣ୍ଟକୁ ସଚଳ କରିବା ସହିତ ନଦୀ ଓ ଖାଳ ଗୁଡିକରୁ ମଟର ପମ୍ପ ଜରିଆରେ ପାଣି ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ । ଏଥିରେ ଦିଲ୍ଲିପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଜୀବନ ପରିଡା, ପଲ୍ଟୁ ଦାସ, ଗଣେଶ ଚନ୍ଦ୍ର ଜେନା, ଦିଲ୍ଲିପ ଶତପଥି, ରବିନ୍ଦ୍ର ବାରିକ ଓ ନଗେନ୍ଦ୍ର କର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା