ଧାନ ଖଳା ନିର୍ମାଣକୁ କେନ୍ଦ୍ର କରି ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଅଭିଯୋଗ…

ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମପଞ୍ଚାୟତରେ ଠିକାଦାରଙ୍କ ମନମୁଖୀ କାମ ହେଉଥିବା ଦେଖିବାକୁ ମିଳିଛି । ଧାନ ଖଳା କାମ ଏତେ ନିମ୍ମମାନ କାମ ହୋଇଛି ଯେ ସରକାରୀ ବାବୁ ମାନେ ଘଣ୍ଟ ଘୋଡାଇ ରଖିଛନ୍ତି । ଏପଟେ ଚାଷୀ ଧାନ ଧାନମଣ୍ଡିକୁ ଯାଇ ବିକ୍ରି ହୋଇସାରିଲାଣି କିନ୍ତୁ ଧାନଖଳା କାମ ଏବେ ନିର୍ମାଣ କାର୍ଯ୍ୟ ସରୁନାହିଁ । ଧାନ ଖଳାର ବୋଡ଼ ଉଲେଖ କରାଯାଇଛି ଯେ ସିମେଣ୍ଟ କଂକ୍ରିଟି ଧାନଖଳା କିନ୍ତୁ ସିମେଣ୍ଟ ବଦଳରେ ପଥର ଗୁଣ୍ଡରେ କାମ କରାଯାଉଛି । ଏଥିରେ ଜେଇଙ୍କ ବି ହାତଥିବା ଜଣାଯାଉଛି ନଚେତ ୭,୩୨,୦୦୦/- ଟଙ୍କା କାମକୁ ୩,୦୦୦୦୦ରୁ ୪,୦୦୦୦୦ ଭିତରେ କାମ କରାଯାଉଛି । ଯାହାକି ବର୍ଷା ହେବାଫଳରେ ଧାନ ଖଳାରେ ଯେମିତିକି ପାଣି ରହିବ ଚାଷୀଙ୍କ ଧାନପଚି ସଡ଼ି ରହିବ କହିବା ଅନୁସାରେ ଏହା ଚାଷୀଙ୍କ ଧାନ ସୁଖେଇବା ଖଳା ନୁହେଁ ଧାନଖତ କରିବା ଖଳା । କେତେକ ସରକାରୀ କର୍ମଚାରିଙ୍କୁ ଧରି ବିଲ ଉପରେ ବିଲ କରି ଚାଲୁଛନ୍ତି ଠିକାଦର ଟାଉଟର ମାନେ । ନିର୍ଣ୍ଣମାନର କାମ ପାଇଁ ଚାଷୀ ଏପଟେ ହନ୍ତସନ୍ତ ହେଉଚନ୍ତି । ଏହି କାମକୁ ସଠିକ ଭାବେ କାମ କରିବାପାଇଁ ଗ୍ରାମର ଚାଷୀ ମାନଙ୍କ ଦାବି । ଏହା କେତେ ଦୃଢତାର ସହ କାଯ୍ୟକରି ହେବ ତାହା ସମୟ କହିବ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା