ଧର୍ମ ପ୍ରରଣାୟ ପ୍ରଫୁଲ କୁମାରୀ ଚୌଧୁରୀଙ୍କ ପରଲୋକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସକାଳ ୬ ଟା ସମୟରେ ଛତ୍ରପୁର ବେରେକ ସାହିର ଧର୍ମ ପ୍ରରଣାୟ ପ୍ରଫୁଲ କୁମାରୀ ଚୌଧୁରୀଙ୍କ ୬୯ ବୟସରେ ଦେହାନ୍ତ ହୋଇଛି । ସେ ଆରଆଇଇ (R I E) ଅଭିମନ୍ୟୁ ଚୌଧୁରୀଙ୍କ ପତ୍ନୀ । ତାଙ୍କର ଦୁଇଟି ଝିଅ ରିନା ଓ ରୁନା, ଜ୍ୱାଇଁ ବୁଲୁ ପାଣିଗ୍ରାହୀ ଓ ନିମାଇଁ ଚରଣ ପଣ୍ଡା ଏବଂ ନାତି ନାତୁଣି ପୁଅ ସଂଜୟ ପରିବାର ବର୍ଗ ଅଛନ୍ତି । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରରେ ଦାହ କରାଯାଇଛି । ଏହି ଧର୍ମପ୍ରାଣ ମହିଳାଙ୍କ ପରଲୋକରେ ତାଙ୍କ ପରିବାର ବର୍ଗଙ୍କ ସମେତ ଛତ୍ରପୁର ବ୍ଲକ ଚେୟାରମ୍ୟାନ ଧନଞ୍ଜୟ ରେଡି, ବଦ୍ରୀନାଥ ଦାସ, ଗିରିଧର ରାଓ, ଅଜୟ ପଣ୍ଡା, ସତିସ ପଟ୍ଟନାୟକ ଏବଂ ସମସ୍ତ ଛତ୍ରପୁରବାସୀ ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା