ଦୋକାନ ଘରଭଡା ଛାଡ଼ କରିବାକୁ ବିଏମସିକୁ ବିଜେପିର ଚେତାବନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦୋକାନ ଘରଭଡା ଛାଡ଼ କରିବାକୁ ବିଏମସିକୁ ବିଜେପିର ଚେତାବନୀ । ବିଜେପିର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଗଞ୍ଜାମ ଜିଲ୍ଲାପାଳଙ୍କୁ ବିଭିନ୍ନ ଦାବୀ ନେଇ ଏକ ପତ୍ର ଲେଖିଛନ୍ତି । ସେହିଁ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଘର ମାଲିକଙ୍କୁ ଘରଭଡା ଓ ଘରୋଇ ଶିକ୍ଷାନୁଷ୍ଠାନର ୩ମାସ ଫି ଛାଡ କରିବାକୁ ଆହ୍ୱାନ ଦେଇଛନ୍ତି । ଏ କ୍ଷେତ୍ରରେ ବିଏମସି ମଧ୍ୟ ଆଗେଇ ଆସି ଦୋକାନ ଘରଭଡା ଛାଡ଼ କରୁ ବୋଲି ଶ୍ରୀ ପତି ଦାବି କରିଛନ୍ତି । ସେହିପରି ଘର ଓ ଜଳକର ଛାଡ଼ କରାଯାଉ । ସହରର ବିଭିନ୍ନ ଅନୁଷ୍ଠାନ, ଦୋକାନରେ ଶ୍ରମିକ ଭାବେ କାମ କରି ନିଜର ପରିବାର ଚଳାଉଥିବା ଲୋକମାନଙ୍କୁ ସରକାରୀ ସହାୟତା ମିଳିପାରୁନାହିଁ । ଏହିଭଳି ଗରିବ, ଖଟିକିଆ ଓ ଶ୍ରମିକ ପରିବାରଙ୍କୁ ଚିହ୍ନଟ କରି ରାସନ ଓ ଭର୍ତ୍ତା ଯୋଗାଇ ଦିଆଯାଉ ବୋଲି ଦାବୀ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା