ଦେଶ ବିଦେଶରେ ବରିଷ୍ଠ ନାଗରିକମାନଙ୍କ କିପରି ନେବା ଯତ୍ନ ?

ଭୁବନେଶ୍ୱର(ସମୃଦ୍ଧଓଡିଶା)ନିୟମ ଅନୁଯାୟୀ ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ବରିଷ୍ଠ ନାଗରିକ କୁହାଯାଏ l ବିଭିନ୍ନ ସ୍ଥାନରେ ବରିଷ୍ଠ ଭବନ ନିର୍ମାଣ ସହ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି ହେବା ଉଚିତ୍ ବୋଲି ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି l ଥିଙ୍କର୍ସ କ୍ଳବ୍ ର ୧୦୧ ତମ ଆଭlଶୀ ଆଲୋଚନା ସଭାପତି ବରଦା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ବରିଷ୍ଠ ନାଗରିକ ମାନେ ବହୁ ଅନୁଭୂତି ଅର୍ଜନ କରିଥିବା ହେତୁ ସରକାରୀ ଓ ବେସରକାରୀ ଭାବେ ସେମାନଙ୍କ ମତା ମତ କୁ ଗ୍ରହଣ କରିବା ଉଚିତ୍ l ସେମାନଙ୍କ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ବେଶ୍ ପ୍ରସଂଶ ନୀୟ ବୋଲି ମତ ଦେଇଥିଲେ l ବକ୍ତା ଭାବେ ଡ ସନ୍ତୋଷ କୁମାର ମହାପାତ୍ର, ରୋଟାରୀୟନ୍ ଡ ଯୁଗଳ କିଶୋର ସାହୁ,ପ୍ରଫେସର ଡ ଟହଲୁ ସାହୁ,ବିଶେଷ ଆଲୋଚନା କରିଥିଲେ l ରାଜକିଶୋର୍ ସାମନ୍ତରାୟ, ଡ ନନ୍ଦ ନନ୍ଦନ ଦାସ,ପ୍ରଫେସର ଉମାଶଙ୍କର ମିଶ୍ର, ସୋମ୍ୟାଜିତ ପାଣି , ଡ ରଜତ ଶତପଥୀ,ଆମେରିକାରୁ ପ୍ରଫେସର ତ୍ରୈଲୋକ୍ୟ ପାଣ୍ଡେ,ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ବିଭିନ୍ନ ଦିଗରୁ ଆଲୋଚନା କରି ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ଯତ୍ନ ପାଇଁ ସ୍ବତନ୍ତ୍ର ଭତ୍ତା ବା ଡାକ୍ତରୀ ଚିକିତ୍ସା ଦିଗରେ ବିଶେଷ ବ୍ୟବସ୍ଥା କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା l ଏ ଦିଗରେ କlର୍ଜ୍ୟ କରୁଥିବା ସଂଘ ମାନେ ମିଳିତ ହୋଇ କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ଦେବା ଦିଗରେ ଯତ୍ନ ବାନ ହେବାକୁ ପରାମର୍ଶ ଦିଆଯାଇ ଥିଲା l ଶେଷରେ ପୂର୍ବତନ ପୂର୍ତ୍ତ ସଚିବ ଡ ନନ୍ଦ ନନ୍ଦନ ଦାସ ଧନ୍ୟବାଦ୍ ଦେଇଥିଲେ l
ରିପୋର୍ଟ : ବରଦା ଦାସ,ସଭାପତି, ଥୀଙ୍କର୍ଷ କ୍ଳବ୍