ଚଳିତ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ନେଇ ଘାଇଲା ବିଜେଡି, ପ୍ରଦୀପଙ୍କୁ କିଏ ଦେବ ଟକ୍କର ?

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁରରୁ ବିଜେପି ପକ୍ଷରୁ ଡ଼ଃ ପ୍ରଦ୍ୱୀପ ପାଣିଗ୍ରାହୀ ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଚଳିତ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ନେଇ ଘାଇଲା ବିଜେଡି, ପ୍ରଦୀପଙ୍କୁ କିଏ ଦେବ ଟକ୍କର ? ମୁଣ୍ଡ ଉପରେ ସାଧାରଣ ନିର୍ବାଚନ, କିଛି ଦିନ ମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ବିଜେଡି ଦଳ ଗଞ୍ଜାମ ଜିଲ୍ଲାରେ ଘାଇଲା ହୋଇଥିବା ସାଧାରଣ ମହଲରେ ଚର୍ଚ୍ଚା ହେଉଛି l ଖବର ଅନୁଯାୟୀ ଗତ କିଛିଦିନ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀ ନିଜ କର୍ମୀଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଥିଲେ l ଏହାକୁ ନେଇ ବିଜେଡି କର୍ମୀଙ୍କ ନିଦ ହଜିଥିବା ବେଳେ ସାଧାରଣ ନିର୍ବାଚନର ଅଙ୍କକଷା ଆରମ୍ଭ କରି ସାରିଛି ଦଳ l ସାଧାରଣ ନିର୍ବାଚନରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପକ୍ଷରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଟିକଟ ମିଳିଥିବା ବେଳେ ଦ୍ୱନ୍ଦ୍ୱରେ ବିଜେଡି ଓ କଂଗ୍ରେସ l ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଟିକଟ ଦେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେଲାଭଳି ବ୍ରହ୍ମପୁରରେ ବିଜେଡି ଓ କଂଗ୍ରେସର ଦମଦାର ନେତା ନଥିବା ସାଧାରଣ ମହଲରେ ଚର୍ଚ୍ଚା ହେଉଛି l ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଟିକଟ ଦେବା ପରେ ବିଜେପି ଗୋଟିଏ ପାଦ ଆଗୁଆରେ ରହିଛି କହିଲେ ଚଳେ ଖାସ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଟିକଟ ଦେଲା ପରେ ବର୍ତମାନ ଅଡୁଆରେ ବିରୋଧୀ ଦଳ, କାରଣ ପ୍ରଦୀପଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବେ ତାହା ଦ୍ୱନ୍ଦ୍ୱରେ l ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେଡିର କେବଳ ଜଣେ ଟାଣୁଆ ନେତା ଶ୍ରୀ ଚନ୍ଦ୍ର ଶେଖର ସାହୁ ରହିଥିବା ବେଳେ ସେ ବିଧାୟକ ପାର୍ଥି ପାଇଁ ଆଶାୟୀ ରହିଥିବା ଶୁଣିବାକୁ ମିଳୁଛି l ଅପର ପକ୍ଷରେ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କରେ ଥିବା ବିଜେଡି ନେତା ମଧ୍ୟ ବିଜେଡି ଛାଡିବାକୁ ପ୍ରସ୍ତୁତ ରହିଥିବା ଶୁଣିବାକୁ ମିଳିଛି l ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି l ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଟିକଟ ମିଳୁମିଳୁ ପ୍ରଦୀପ ପାଣିଗ୍ରାହୀ ବିରୋଧୀ ଦଳର ନିଦ ହଜାଇବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି l ଅପର ପକ୍ଷରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ପକ୍ଷରୁ ଗୋଷ୍ଠୀ କନ୍ଦଳ ଜାରି ରହିଥିବା ବେଳେ ବିଜେଡି ପକ୍ଷରୁ ଟିକଟ ବଣ୍ଟନ ପରେ ଅନ୍ୟ ବିଜେଡି ନେତା ବିଜେପି ମୁହାଁ ହେବାର ଆଶଙ୍କା ରହିଛି l ବିଜେଡିର ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ନେତା ମାନଙ୍କ ପାଇଁ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l

ରିପୋର୍ଟ : ରଜତ ପଟ୍ଟନାୟକ