ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ବିଜେଡି କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ବିଜେଡ଼ି କର୍ମୀମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ରାମଲିଙ୍ଗେଶ୍ୱର ପାର୍କ ଠାରେ ବ୍ରହ୍ମପୁର ବିଧାୟକଙ୍କ ତତ୍ୱାବଧାନରେ ମହାନଗର ନିଗମର ଯୁବ ବିଜେଡ଼ି ସଭାପତି ଅଜିତ କୁମାର ପଣ୍ଡାଙ୍କ ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଶୁଭେଚ୍ଛା ଜଣାଇବା ସହ ଏକ ରାଲି କରି ନଗର ପରିକ୍ରମା କରିଥିଲେ । ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ସମ୍ମୁଖରେ ସମସ୍ତ ନେତା ଓ କର୍ମୀ ଏକତ୍ରିତ ହେବା ସହ ଯୁବ ବିଜେଡି, ମହିଳା ବିଜେଡି ମଧ୍ୟ ସାମିଲ ହୋଇ ଓଡିଶାର ୪କୋଟି ଜନତାଙ୍କ ଆଦର୍ଶ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ଆମ ଓଡ଼ିଶା ପାଇଁ ସୌଭାଗ୍ୟର ଦିନ ବୋଲି କହିଛନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଯୁବକ, ମହିଳା ଓ ଶିଶୁମାନଙ୍କ ପାଇଁ ଯେପରି ସୁବିଧା ଯୋଗାଇ ଦିଆଯାଇଛି ଓ ଆଇନ ଶୁଙ୍ଖଳା ପରିସ୍ଥିତି କମିଛି ତାହା ଆଗାମୀ ଦିନରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକାଶ ମୂଳକ କାଯ୍ୟ ଜାରି ରହିବ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁବାଷ ମହାରଣା, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଶିବ ସାହାଣୀ, ପୂର୍ବତନ ମେୟର କେ. ମାଧବି, ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ସଞ୍ଜିତ ପାଣିଗ୍ରାହୀ, ଦଣ୍ଡପାଣି ନାୟକ, ଟି.ଗୋପୀ, ଅଜିତ କୁମାର ପଣ୍ଡା, ତାପସ ସାହୁ, ସୂର୍ଯ୍ୟ କାନ୍ତ ସୁବୁଦ୍ଧି, ଜ୍ୟୋତିରଞ୍ଜନ ସାହୁ, ଧୀରେଶ ସାବତ, ଜିତେନ୍ଦ୍ର ସାହୁ, ନେତାଜୀ ପାତ୍ର, ମଳୟ ବିଶୋୟୀ ତୁମ୍ବନାଥ ପଣ୍ଡା, ଉଦୟ ବେହେରା ତେଜେଶ୍ୱର ସ୍ଵାମୀ ସୁଧାକର ସ୍ଵାମୀ, ରବୀନ୍ଦ୍ର କୁମାର ସାହୁ, ଦୁର୍ଗା ପଣ୍ଡା, ଗୌରବ ସେଠି, ସୀମାଞ୍ଚଳ ସାହୁ, କାଶୀ ରେଡିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା