କଂଗ୍ରେସ ପକ୍ଷରୁ ବିଭିନ୍ନ ଅଭିଯୋଗ ନେଇ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ଅଭିଯୋଗ ନେଇ ପ୍ରତିବାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ିକୁ ଆକ୍ରମଣ, ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମାଡ଼ ମାରିବା, ହତ୍ୟା ଧମକ ଦେଇଥିବା ଦୁର୍ବୁତ୍ତ ମାନଙ୍କୁ ଗିରଫ ଆଉ ଗାଡ଼ିକୁ ଜବତ ନ କରିବା ପ୍ରତିବାଦରେ କରାଯାଇଥିଲା । ଏଥିରେ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା