ଦେବିକନ୍ୟା ମେକପ୍ ଷ୍ଟୁଡିଓ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ବଡବଡ ନଗରୀ ପରି ଜଳେଶ୍ୱରରେ ଦେବିକନ୍ୟା ମେକପ୍ ଷ୍ଟୁଡିଓ ସୌନ୍ଦର୍ଯ୍ୟକରରଣ ମାନବୃଦ୍ଧି କରିବ । ଆଧୁନିକ ପ୍ରଶିକ୍ଷଣର ବ୍ୟବସ୍ଥା ସହିତ ବହୁ ମହିଳାଙ୍କୁ ରୋଜଗାରକ୍ଷମ କରିପାରିବ ବୋଲି ଆଜି ଉଦ୍‌ଘାଟନୀ ସଭାରେ ମତପ୍ରକାଶ ପାଇଛି । ଜଳେଶ୍ୱର ଷ୍ଟେସନବଜାର ଦୁର୍ଗାମନ୍ଦିର ଅନତୀଦୂରରେ ଏପରି ଏକ ଆଧୁନିକ ପ୍ରସାଧନ କେନ୍ଦ୍ର ଖୋଲା ଯାଇଥିବାରୁ ସହରବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଜଳେଶ୍ୱରର ଏସ୍‌ଡିପିଓ ଅଂକିତା କୁମ୍ଭାର, ସୌନ୍ଦର୍ଯ୍ୟବର୍ଦ୍ଧନ ପ୍ରତ୍ୟେକ ନାରୀର ଭୂଷଣ ହୋଇଥିବା ବେଳେ ଓଡିଶା ଓ ପଶ୍ଚିମବଂଗ ସୀମାରେ ଏପରି ଏକ ଅତ୍ୟାଧୁନିକ କେନ୍ଦ୍ରର ଆବଶ୍ୟକତା ସଂପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମାଷ୍ଟର ନିବେଦିତା ପ୍ରଧାନ ପୌରହିତ୍ୱ କରି ତାଙ୍କର ବହୁଦିନର ଅଭିଳାଷ ପୁରଣ ହେବାକୁ ଯାଉଥିବାର ସଂପର୍କରେ କହିଥିଲେ । ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ସ୍ତରର ବିୟୁଟି ଏସୋସିଏସନ୍‌ର ଡାକ୍ତର ଡ. ପାଲ ଯୋଗ ଦେଇ ଚର୍ମସୌନ୍ଦର୍ଯ୍ୟତା ଆଣିପାରିଲେ ମହିଳାମାନଙ୍କ ନିକଟରେ ଯୁବସୁଲଭତା ପ୍ରକାଶ ପାଇଥାଏ ବୋଲି କହିଥିଲେ । ଅତିଥିମାନଙ୍କ ମଧ୍ୟରେ ବରଗଡ ପାର୍ଲୋର ସଂଘର ସଂପାଦିକା ମିନତୀ ସାହୁ, କଟକ ସଂଘର ସଭାପତି ଲୁସି ଦାସ, ସଂପାଦିକା ରୁଜି ସାମନ୍ତ, ସୁନିତା ମିଶ୍ର, ମମତା ଦାସ, ରଜିତା ମିଶ୍ର ଏବଂ ଜଳେଶ୍ୱର ଉପକାରଗାରର ଅଧ୍ୟକ୍ଷା ଅନୁସୂୟା ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ଏହି ଅନୁଷ୍ଠାନ ଓଡିଶା ଓ ପଶ୍ଚିମବଂଗରେ ଅଧିକ ଆକର୍ଷଣୀୟ ହେବ ବୋଲି କହିଥିଲେ । ଅର୍ପିତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ପ୍ରଧାନ, ପ୍ରବୀର କୁମାର ପ୍ରଧାନ, ଇଂ ପ୍ରଭାସ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା