ଦେଉଳପଲ୍ଲୀ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର ଦେଉଳପଲ୍ଲୀ ଗ୍ରାମର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ଗ୍ରାମର ବହୁ ଯୋଗ୍ୟ ହିତାଧିକାରୀମାନେ ଏକ ଲିଖିତ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ନିଜ ପରିବାର ପ୍ରତିପୋଷଣ କରିବା ସହ ଟିଣ ଛପର ଘରେ ଛୋଟ ଛୋଟ ପିଲାମାନଙ୍କୁ ଧରି ବସ ବାସ କରୁଛନ୍ତି । ବନ୍ୟା, ବାତ୍ୟା ହେଲେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେମାନେ ନିହାତି ଗରୀବ ଓ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଆବାସ ଯୋଜନା ମଧ୍ୟ ପ୍ରଦାନ କରାଯାଉନାହିଁ । ଏନେଇ ବାରମ୍ବାର ପଞ୍ଚାୟତ ଓ ବ୍ଲକକୁ ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଏଣୁ ସେମାନଙ୍କୁ ଆବାସ ଯୋଜନାରେ ଗୃହ ଖଣ୍ଡେ ଯୋଗାଇଲେ ସେମାନେ ଉପକୃତ ହେବେ ବୋଲି ଦାବି ପତ୍ରରେ ଦର୍ଶାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଦେଉଳପଲ୍ଲୀ ଗ୍ରାମର ପ୍ରବାସିନୀ ନାହାକ, ଉର୍ମିଳା ଦାସ, ନମିତା ନାହାକ, ଲକ୍ଷ୍ମୀ ନାହାକ, ବନିତା ନାହାକ ଓ ସୁଦେଷ୍ଣା ନାହାକଙ୍କ ସମେତ ବହୁ ଯୋଗ୍ୟ ହିତାଧିକାରୀମାନେ ଉପସ୍ଥିତ ରହିଥିଲେ ।