କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନିତ ଓ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଫେଇ କର୍ମଚାରୀ ପରିବେଶ ପାଇଁ ଏକ ଭିନ୍ନ ଅଙ୍ଗ ଭାବେ କାର୍ଯ୍ୟ କରି ଆସୁଛନ୍ତି । ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ସେମାନେ ଅନବରତ କାମରେ ଲାଗି ରହିଥାନ୍ତି । ଏବେ କୋରନା ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିବା ସହ ବହୁ ଜୀବନ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଏହି ସଫେଇ କର୍ମଚାରୀ ମାନେ ନିଜର ଜୀବନକୁ ପଛରେ ପକାଇ ସ୍ୱଳ୍ପ ଦରମାରେ ମଧ୍ୟ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ଲାଗିଥାନ୍ତି । ସେମାନଙ୍କୁ କୋରନା ଯୋଦ୍ଧାର ଆଖ୍ୟା ଦେବା କିଛି ଭୁଲ ହେବନି । ଆଜି ବ୍ରହ୍ମପୁର କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେହି ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ପାଇଁ ସୁବାରାଓ ଛକ ଠାରେ ଏକ କାର୍ଯ୍ୟକ୍ରମ କରାଯାଇ ସଫେଇ କର୍ମଚାରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ସେମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଏବଂ ରନ୍ଧା ଖାଦ୍ୟ ଦେଇ ଆପ୍ୟାୟିତ କରିବା ସହ ସମାଜ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ ନିଷ୍ଠାକୁ ଟ୍ରଷ୍ଟ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ନେତୃତ୍ବରେ ରବୀନ୍ଦ୍ର ନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ଦିଲୀପ ମହାପାତ୍ର, ବିଶ୍ୱନାଥ ପାତ୍ର, ସସ୍ମିତା ମିଶ୍ର, ଗୁରୁ ପଟ୍ଟନାୟକ, ମନୋରଞ୍ଜନ ଚୌଧୁରୀ, ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ଟ୍ରଷ୍ଟର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ ।