ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଛମୌଜ ଛାତ୍ର ଜିଲ୍ଲାରେ ଦ୍ଵିତୀୟ ଓ ଜିଲ୍ଲାପାଳଙ୍କ ଦ୍ଵାରା ପୁରସ୍କୃତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସାରା ଓଡ଼ିଶାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୨ ପାଳନ କରାଯାଉ ଥିବା ବେଳେ ଅନୁରୂପ ଭାବେ ଜଳେଶ୍ଵର ବ୍ଲକ ଅଧିନ ସମସ୍ତ ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ ଓ ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ ଗୁଡ଼ିକରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ଵର ବ୍ଲକ ଅଧିନ ମାଧବଚନ୍ଦ୍ର ଶିବ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ତଥା କଲ୍ୟାଣପୁର ଗ୍ରାମର ଦୁର୍ଗାପଦ ଜେନାଙ୍କ କନ୍ୟା କୁମାରୀ ଦିବ୍ୟଜ୍ୟୋତି ଜେନା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବକ୍ତୃତା ଦେଇ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଓ ଜିଲ୍ଲା ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଆଜି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଓ ଅନ୍ୟ ଅଧିକାରୀ ଗଣ ତାଙ୍କୁ ଏକ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ତେଣୁ ଏ ଖବର ଶୁଣି ପିତା ମାତା ଓ ଜଳେଶ୍ଵର ଅଞ୍ଚଳ ତଥା ଛମୌଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ରିପୋର୍ଟ : ଭୂପତି ପରିଡ଼ା