ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଆର୍ଥିକ ସହାୟତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡାଖଣ୍ଡି ବ୍ଲକ ନଳିହାଡ଼ ଗ୍ରାମର ରାଜେନ୍ଦ୍ର ସ୍ୱାଇଁଙ୍କ ପୁତ୍ର ରୋହିତ ସ୍ୱାଇଁ ଦାଦନ ଖଟିବାଲାଗି ସେ କର୍ଣାଟକର ବାଙ୍ଗଲୋରରେ ଏକ ଘେରେଇ କମ୍ପାନୀରେ କାଯ୍ୟ କରୁଥିଲେ l ସେ ୪/୯/୨୦୨୦ରେ ଏହି କମ୍ପାନୀରେ ଏକ ଦୃଘଟଣାରେ ତାଙ୍କ ମୃତ୍ୟୁ ଘଟିଥିଲା l ରାଜେନ୍ଦ୍ର ସ୍ୱାଇଁଙ୍କ ସେ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ବର୍ତ୍ତମାନ ରୋହିତଙ୍କ ବାପା, ମା ଅସହାରା ହୋଇପଡିଛନ୍ତି l ଯେହେତୁ ପରିବାର ଗୁଜାର ମେଣ୍ଟେଇବା ପାଇଁ ଆଉ କେହି ନାହାନ୍ତି l ପରିବାରର ଆର୍ଥିକ ଅବସ୍ତା ମଧ୍ୟ ବହୁତ ଖରାପ l ଏହି ସମୟରେ ଗ୍ରାମର କିଛି ଯୁବକ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଥିଲେ l ପରେ ଗ୍ରାମର ସନାତନ ସଂଗ୍ରାମ, ମନୋଜ ଭୂୟାଁ, ଅଜୟ କୁମାର ସ୍ୱାଇଁ, ସନ୍ୟାସୀ ଲେଙ୍କା, ଅଲେଖ ସ୍ୱାଇଁ, ରାମହରି ସ୍ୱାଇଁ, ଲୁନା ଜେନା, ଜୀବନ ଗଜେନ୍ଦ୍ର, ମୁନା ଲେଙ୍କା, ଭଗିଆ ବିଷୋୟୀ, ଜଗା ବେହେରା, ମିଥୁନ ଲେଙ୍କା, ଦିଲ୍ଲୀପ ଲେଙ୍କା, ସନ୍ତୋଷ ଲେଙ୍କା ପ୍ରମୁଖ ଠାରୁ ଆଦାୟ କରି ତାହା ତାଙ୍କ ମାତା, ପିତାଙ୍କୁ ମିଳିଥିବା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ପ୍ରଶାସନିକ କିଛି ସହାୟତା ମିଳିଲେ ରୋହିତ ସ୍ୱାଇଁଙ୍କ ପରିବାର ବହୁତ ଉପକୃତ ହେବେ ବୋଲି ଆସା ରଖିଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା