ଦୀନକୃଷ୍ଣ ସ୍ମୃତି ପରିଷଦର ୪୨ତମ ବସନ୍ତ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ପାନ୍ତରେ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାଲାଗି ଆବଶ୍ୟକ ମାନବିକ ଚେତନା ଲାଗି ଦୀନକୃଷ୍ଣ ସ୍ମୃତି ପରିଦେ ପ୍ରୟାସ କରି ଆସୁଛି । ବେଦ, ଉପନିଷଦ ଓ ଭାଗବତ ଗୀତାରେ ମଧ୍ୟ ବସନ୍ତ ମାଧୁର୍ଯ୍ୟର ବର୍ଣ୍ଣନା ରହିଛି । ଯୁଗେ ଯୁଗେ ସେ ଋତୁରାଜ, ମଧୁଋତୁର ପରିପୂର୍ଣ୍ଣ ବିଗ୍ରହ ବୋଲି ଆଜି ୪୨ତମ ବସନ୍ତ ଉତ୍ସବରେ ମତପ୍ରକାଶ ପାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ ବସନ୍ତ ଉତ୍ସବରେ ଡ. ରମାକାନ୍ତ ଭଂଜ ପୌରହିତ୍ୱ କରିଥିଲେ । ଓଡିଆ ସାହିତ୍ୟ ଏକାଡେମୀର ସଦସ୍ୟ ଭରତ ଚନ୍ଦ୍ର ଦାସ ଓ ଫକୀରମୋହନ ସାହିତ୍ୟ ସଂସଦର ସହସମ୍ପାଦିକା କଲ୍ୟାଣୀ ନନ୍ଦ ମିଳିତ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରକୃତିର ସୁନିର୍ଦ୍ଦିଷ୍ଟ କାହାଣୀକୁ ନେଇ ବସନ୍ତ ପରିପ୍ରକାଶ କରେ କବି ଚେତନା । ପ୍ରକୃତିର ପ୍ରଭାବ, ସୁଗଭୀର, ସୁପ୍ରତିମ ମଧ୍ୟରେ ଋତୁରାଜ ବସନ୍ତ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ଋପଚର୍ଯ୍ୟାର ଏକ ବିଗ୍ରହ ଯାହା କାଳେକାଳେ ସମାଜରେ ପ୍ରତ୍ୟେକଙ୍କ ଠାରେ ପରିପ୍ରକାଶ ହୋଇଥାଏ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ବିଜୟ ମିଶ୍ର, ଆଇଆଇସି ମାନସ ଦେଓ, କବି ତଥା ସାହିତ୍ୟକାର ସୁକୁମାର ଦାସ ଯୋଗ ଦେଇ ବସନ୍ତର ଚେତନା ହିଁ ପ୍ରଣୟର ପ୍ରତୀକ ଓ ଅନ୍ତରର ମାଧୁର୍ଯ୍ୟ ସୃଷ୍ଟି କରିଥାଏ ବୋଲି କହିଥିଲେ । ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଏଥିରେ ଯୋଗ ଦେଇ ଦୀର୍ଘ ୪୨ବର୍ଷ ଧରି ଦୀନକୃଷ୍ଣ ସ୍ମୃତି ପରିଷଦ ପଶ୍ଚିମବଂଗ, ଓଡିଶାର ବହୁ ସାରସ୍ୱତ ସାଧକ, ସାହିତ୍ୟକାର, କବି ଓ ଲେଖକଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରି ଆସିଥିବାର ସୂଚନା ଦେଇଥିଲେ । ୨ୟ ଅଧିବେସନରେ କବି ବ୍ରଜେନ୍ଦ୍ର ଗିରି ଅଧ୍ୟକ୍ଷତା କରିଥିବା ବେଳେ ବହୁ କବି କବିତାପାଠ କରିଥିଲେ । ଶ୍ରୀକୁମାର ଓ ତନଶ୍ରୀ ମହାପାତ୍ରଙ୍କ ସଂଯୋଜନାରେ ବାସନ୍ତି ଦେ, ତୃପ୍ତିରାଣୀ ପାତ୍ର, ଇନ୍ଦୁମତି ଗିରି, ଶାନ୍ତି ପ୍ରଧାରନ, ପ୍ରଭାକର ସାହୁ, ନିକୁଞ୍ଜ ଘୋଷ, କାର୍ତ୍ତିକ ଦାସ, ଡ. ଗିରିପ୍ରସାଦ ରାଉଳ, ଡ. ବିବେକାନନ୍ଦ ସାହୁ, ମନୋରଂଜନ ଦାସମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ତିର୍ଥେଶ ରାୟମହାଶୟ, ସ୍ନିଗ୍ଧା ସାମନ୍ତରାୟ, ସୁବ୍ରତ ମହାନ୍ତି, କାଳିନ୍ଦି ମଲ୍ଲିକ, ମମତା ଦାସ, ସ୍ନେହଦାସ ଲେଙ୍କା, ସିପ୍ରା ସରକାର, ବ୍ରଜେନ୍ଦ୍ର ଘୋଷ ପ୍ରମୁଖ ବସନ୍ତ ସଂପର୍କରେ କବିତାପାଠ କରିଥିଲେ । ଇଂ କବି ବ୍ରଜେନ୍ଦ୍ର ଘୋଷଙ୍କ ପୁସ୍ତକ ‘ପୁଣାଣକାବ୍ୟ’ ଉନ୍ମୋଚନ ହୋଇଥିଲା । ଶେଷରେ ଡ. ଅଜିତ୍ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯତିଶ କର, ମୁଣୁତୁଣିଆର ଦୀନକୃଷ୍ଣ ସ୍ମୃତି କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ ।