ଦୀନକୃଷ୍ଣ ମହାବିଦ୍ୟାଳୟର ଆଲୁମିନି ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ମହାବିଦ୍ୟାଳୟ ଗୁଡିକର ଶୈକ୍ଷିକ ମାନ, ଭିତ୍ତିଭୂମୀର ବିକାଶ ଏବଂ ଉତ୍ତମ ପରିବେଶ ସୃଷ୍ଟି କରିବା ଲାଗି ଆଲୁମିନି ଗଠନ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି । ପୁରାତନ ଛାତ୍ରୀଛାତ୍ରଙ୍କ ସଂପୃକ୍ତି ଓ ସହାୟତା ଆବଶ୍ୟକତା ଥିବାରୁ ଉତ୍ତର ବାଲେଶ୍ୱରର ସର୍ବ ପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟରରେ ‘ଆଲୁମିନି ଏସୋସିଏଟ୍ ଡି.କେ.କଲେଜ ଧାନସିମୁଳିଆ’ ନାମରେ ଏକ କମିଟି ଗଠନ କରାଯାଇଛି । ଆଜି ଶନିବାର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କମିଟିର ୩ୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସଭାପତି ଡ. ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଡ. ଚିତ୍ତରଂଜନ ଭଂଜ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ହିମାଂଶୁ ସାମଲ, ସୂର୍ଯ୍ୟକାନ୍ତ ମହାନ୍ତିି, ଦେବବ୍ରତ ବେରା, କାର୍ଯ୍ୟକାରୀ ସଭାପତି ରମାକାନ୍ତ ଭଂଜ, ଜିତାରାମ ଦେ, ଯୁଗ୍ମ ସଂପାଦକ ପତିତ ପାବନ ପ୍ରଧାନ, କାଳିଚରଣ ଦାସ, କମଳାକାନ୍ତ ଚନ୍ଦ, ରବିନାରାୟଣ ପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋପଳ ପ୍ରସାଦ, ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇଥିଲେ । କମିଟିକୁ ପଂଜିକରଣ କରିବା ଓ ଅଧିକ ସଭ୍ୟ/ସଭ୍ୟା ସଂଗ୍ରହ କରିବାଲାଗି ଆଜି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।