ଦୀନକୃଷ୍ଣ କଲେଜ ୧୯୮୮ ବେଚ୍‌ର ବନ୍ଧୁ ମିଳନ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜକୁ ୧୦ବର୍ଷ ଧରି ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଦୀନକୃଷ୍ଣ କଲେଜର ୧୯୮୮ ବେଚ୍‌ର ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଚଳିତବର୍ଷ ଶିଖରପୁରସ୍ଥିତ ନଦୀତଟରେ କୋଭିଦ୍‌-୧୯ ନିୟମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବଂଧୁମିଳନ ଉତ୍ସବରେ କେନ୍ଦୁଝରର ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ପୌରହିତ୍ୱ କରିଥିଲେ । ପ୍ରାରମ୍ଭରେ ଦିବଂଗତ ବଂଧୁ ବ୍ରହ୍ମାନନ୍ଦ ନାୟକ, ମାଧବ ଚନ୍ଦ୍ର ଘଡେଇ, ବାସୁଦେବ ଗିରିଙ୍କ ଉଦ୍ଦେଶ୍ୟରେ ୧ ମିନିଟି ନିରବ ପ୍ରାର୍ଥନ କରାଯାଇଥିଲା । ସେମାନଙ୍କ ପରିବାରକୁ ଆଥିକ ସହାୟତା ପ୍ରଦାନ କରାଯାଇଥିଲା । କବିତା ପାଠୋତ୍ସବ ସହିତ ଆଗାମୀ ଦିନରେ ଏକ ସ୍ମରଣୀକା ପ୍ରକାଶ ପାଇବା ସହିତ ଅଧିକ ବଂଧୁ ମାନଙ୍କୁ ଯୋଡିବାର ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ସେଠୀ, ସୁଧାଂଶୁ ଜେନା, ବଶୀଂଧର ବାରିକ, ଅନନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଗିରି, କେଦାର ନାଥ ଦତ୍ତ, ସୁଜୟ କୁମାର ଦେ, ସଂଜିବ କୁଅଁର, ଗୋପାଳ ଗୋପ୍ତା, ଦିଲ୍ଲିପ ସେଠୀ, କମଳାକାନ୍ତ ସେଠୀ, ଶ୍ୟାମ କୁମାର କର, ବିବେକାନନ୍ଦ ଗିରି, ଜିତେନ୍ ଗିରି ଉପସ୍ଥିତ ଥିବା ବେଳେ ସଂପାଦକ ବଂଶୀଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।