ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକା ଅନ୍ତର୍ଗତ ନନ୍ଦିକାସ୍ଥିତ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜନ୍ମ ଜୟନ୍ତି ଓ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏଥିରେ ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ବିଜେପି ଓବିସି ମୋର୍ଚ୍ଚା ସଭାପତି ସଂଜୟ ବେରା, ଅରୁଣ କୁମାର ବେଜ, କ୍ଷେତ୍ରମୋହନ ଗିରି, ସତିଶ ଚନ୍ଦ୍ର ପରିଡା, ତନ୍ମୟ ଚାନ୍ଦ, ମନମୋହନ ଆଚାର୍ଯ୍ୟ, ସତ୍ୟବ୍ରତ ପଣ୍ଡା, ରବିନ୍ଦ୍ର କୁମାର ପାତ୍ର, ରଂଜନ ପାତ୍ର, ଗୌତମ ପାତ୍ର, ଦୀପକ ଚୌରାସିଆ, ବିଶ୍ୱଜିତ୍ ରଣା, ଅଜୟ ପାତ୍ର, ଗୋପିନାଥ ସିଂ, ଛବି ଦେହୁରୀ ପ୍ରମୁଖ ଯୋଗ ଦେଇ ଚାଚା ନେହେରୁଙ୍କ ସବୁ ପିଲାମାନଙ୍କୁ ଭଲପାଇବା ସଂପର୍କରେ ଆଲୋକପାତ କରିଥିଲେ ।

ରିପୋର୍ଟ : ଭୂପତି ପରିଡା