ଦିଗମ୍ବରୀ ମହାନ୍ତିଙ୍କ ବିୟୋଗରେ ସ୍ମୃତିଚାରଣ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ପରଲୋକ ଗମନ କରିଥିବା ଦିଗମ୍ବରୀ ମହନ୍ତିଙ୍କ ବିୟୋଗରେ ଆଜି ଜଳେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଏକ ଶୋକ ସଭା ଷ୍ଟେସନବଜାର କାଳୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସମ୍ପାଦକ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା ସଭାପତିତ୍ୱ କରି ଜଳେଶ୍ୱରରେ ଗଢି ଉଠିଥିବା ବିଭିନ୍ନ ଅନୁଷ୍ଠାନ ତାଙ୍କ ନାମରେ ନାମିତ ହୋଇଥିବା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତଚନ୍ଦ୍ର ପରିଡା, ସିଦ୍ଧେଶ୍ୱର ପଣ୍ଡା, ରିଆଜ୍ ଖାଁ, ଆଦିତ୍ୟନାରାୟଣ ପାତ୍ର ଓ ରବିନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଦିଗମ୍ବରୀ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା, ପରପୋକାର, ଦରିଦ୍ରଙ୍କୁ ସହାୟତା, କର୍ତ୍ତବ୍ୟନିଷ୍ଠ, ସାଧନା ସଂପର୍କରେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା