ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପବିତ୍ର ଦୀପାବଳି ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଗଢିଉଠିଥିବା ନନ୍ଦିକାସ୍ଥିତ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ କୁନି କୁନି ପିଲାଙ୍କୁ ନେଇ ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ନେଇ ଆୟୋଜିତ ଦୀପାବଳି ଉତ୍ସବରେ ବିଦ୍ୟାଳୟର ସଭାପତି କମଳ ଚକ୍ରବର୍ତ୍ତୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ସୁନିଲ କୁମାର ନାୟକ, ଅତିଥିଭାବେ ଅଶୋକ କୁମାର ଦାସ, ମନୋରଂଜନ ଦାସ, ଶିବ ନାରାୟଣ ମହାପାତ୍ର, ଜଗନ୍ନାଥ ପରିଡା ପ୍ରମୁଖ ଯୋଗ ଦେଇ ଏଭଳି ଉତ୍ସବର ଆବଶ୍ୟକତା ସଂପର୍କରେ କହିଥିଲେ । ପ୍ରଧାନ ଶିକ୍ଷକ ଆଇଜାକ୍ ପରିଡା ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଫଳ, ମିଷ୍ଟନ୍ନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଶିକ୍ଷୟତ୍ରୀ ଧରିତ୍ରୀ ଦେ, ସୁଚିସ୍ମିତା ସେନାପତି, ଲୋପାମୁଦ୍ର ପରିଡା, ମିନା ବେହେରା, ଆଲୋକ ପ୍ରଧାନ, ଆଶିଷ ମହାପାତ୍ର, ଅରୁଣ ଦେ, ଗୌରୀ ଶଙ୍କର ପ୍ରଧାନ, ମାମୁନୀ ଦେ, ଚିନାରାଣୀ ଦେ, ଧରିତ୍ରୀ ପରିଡା, ଯଦୁନାଥ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା