ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା) ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ଆମ ଆଦମୀ ପାର୍ଟି (ଆପ୍‌) କହିଛି I ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ । ସେଥିପାଇଁ କିଛିଦିନ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଧୀରେ ଧୀରେ ହ୍ରାସ ପାଉଛି। ହେଲେ ବନ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ସିଧାସଳଖ ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି (AAP) । AAP ଅଭିଯୋଗ କରିଛି ଯେ, ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ ଛାଡ଼ି ଦିଲ୍ଲୀକୁ ବୁଡ଼ାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, “ଏ ବନ୍ୟା ପରିସ୍ଥିତି ସହରକୁ ବୁଡ଼ାଇବା ପାଇଁ ଏକ ଷଡ଼ଯନ୍ତ୍ର। ଦିଲ୍ଲୀକୁ ଜାଣିଶୁଣି ବୁଡ଼ାଇ ଦିଆଯାଇଛି । ହଟନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ କେବଳ ଦିଲ୍ଲୀକୁ ଛଡ଼ା ଯାଇଥିଲା। ସୁପ୍ରିମକୋର୍ଟ ସମେତ ଦିଲ୍ଲୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଜଳମଗ୍ନ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।”ସେଥିପାଇଁ ରାଜଧାନୀ ଦିଲ୍ଲୀ ଏବେ ବନ୍ୟାଜଳ ଘେରରେ ରହିଛି । ଏଥିପାଇଁ ଦାୟୀ ହେଉଛି ବିଜେପି ସରକାର ବୋଲି ଆପ ଅଭିଯୋଗ କରିଛି ।