ଦିଗପହଣ୍ଡିର ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ୭୩ତମ ସ୍ୱାଧୀନତା ଦିବସ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ଓକିଲ ଗଜାନନ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଉଦବୋଧନ ଦେଇଥିଲେ । ଏହାପରେ ସେ କହିଥିଲେ ଯେ, ଆଜି ଭାରତ ଭାରତୀୟ ବିଜୟ ହୋଇଛି । ଦେଶରେ ଗୋଟିଏ ପତାକା ଉଡ଼ିଛି । ସେହିପରି ଆମେ ଆମ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ନିଜକୁ ଭ୍ରଷ୍ଟାଚାର ମୁକ୍ତ, ଦୁର୍ନୀତି ମୁକ୍ତ, ମାନବବାଦୀ ସଚ୍ଚା ଦେଶ ଭକ୍ତଟିଏ ହେବାକୁ ହେବ ବୋଲି ଜାତୀୟ ପତାକା ତଳେ ଶପଥ ନେବାକୁ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବ ପାଳନରେ ବହୁ ମାନ୍ୟଗଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା