ଦିଗପହଣ୍ଡିରେ ପହଞ୍ଚିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରିଲିଫ ସାମଗ୍ରୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) କେନ୍ଦ୍ରମନ୍ତ୍ରୀ ଡ଼.ଧର୍ମେନ୍ଦ୍ର ପ୍ରଧାନ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୁରୁବାର ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ ପଠାଇଛନ୍ତି । ଟ୍ରକଟି ଦିଗପହଣ୍ଡି ସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟ ନିକଟରେ ପହଞ୍ଚିଛି । ସନ୍ଧ୍ୟାରେ ଦଳର କାର୍ଯ୍ୟକର୍ତ୍ତା ମନୋଜ କୁମାର ପଣ୍ଡା, ଶୁଭେନ୍ଦୁ କୁମାର ପାଢୀ, ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ରିଲିଫ ସାମଗ୍ରୀ ସମ୍ପର୍କରେ ସୁଚନା ଦେଇଥିଲେ । ଚୁଡା, ବିସ୍କେଟ, ମାକ୍ସ, ସାବୁନ, ଚାଉଳ, ଡାଲି ଓ ଚିନି ଭଳି ଶୁଖିଲା ସାମଗ୍ରୀ କେନ୍ଦ୍ରମନ୍ତ୍ରୀ ପଠାଇଥିବା ଜଣାଇଛନ୍ତି । ଏସବୁ ଖାଦ୍ୟ ସାମଗ୍ରୀ ଗରିବ, ନିଷ୍ପେଶିତ ଲୋକଙ୍କୁ ବଣ୍ଟା ଯିବା ସମ୍ପର୍କରେ ସେମାନେ ସୁଚନା ଦେଇଛନ୍ତି । ତା ସହିତ କରୋନାର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ସହ ଏହି କରୋନା ଯୁଦ୍ଧରେ ସମସ୍ତ ଦଳୀୟ କର୍ମୀ ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିବା ସେମାନେ କହିଛନ୍ତି । ଏଭଳି ବିପର୍ଯୟ ସମୟରେ ଗରୀବଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇଥିବା ଯୋଗୁଁ ବିଜେପି ଦିଗପହଣ୍ଡି ମଣ୍ଡଳ କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କାର୍ଯ୍ୟକର୍ତ୍ତା ଭୃଗୁବକ୍ସି ପାତ୍ର, ବିଭୂତି ଜେନା ଓ ପିଙ୍କି ପ୍ରଧାନଙ୍କୁ ଦଳୀୟ କର୍ମୀ ଶୁଭେଛା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା