ଦଳିତଙ୍କ ଜମିକୁ ହଡ଼ପ କରିଥିବା ଭାରତୀୟ ବିରଳ ମୃତ୍ତିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିକ୍ଷୋଭ ଓ ପଦଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଦଳିତ ପରିବାରଙ୍କ ଜମିକୁ ଷଡଯନ୍ତ୍ରକରି ବେଆଇନ ଭାବେ IRELର ଜବରଦଖଲ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଦଳିତ ଅନୁସୂଚିତ ପରିବାରଙ୍କୁ ନ୍ୟାୟ ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଓ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି I ଛତ୍ରପୁର ଉପଖଣ୍ଡ ଶ୍ରୀରାମଚନ୍ଦ୍ରପୁର ମୌଜାରେ ସଂଖ୍ୟାଧିକ ଦଳିତ ଅନୁସୂଚିତ ପରିବାରଙ୍କ ଜମି ବା ଦଖଲରେ ଥିବା ଜମିକୁ ବଳପୂର୍ବକ ଭାବେ ଅକ୍ତିଆର କରିବା ଏକ ଗୁରୁତର ଅପରାଧ, କିନ୍ତୁ ସମସ୍ତ ସାମ୍ବିଧାନିକ ଆଇନ ଥିବା ସତ୍ୱେ ଛତ୍ରପୁର ଉପଖଣ୍ଡରେ ଶ୍ରୀରାମଚନ୍ଦ୍ରପୁର ମୌଜାରେ ଅନେକ ଦଳିତ ପରିବାରର ଜମିକୁ ବିଭିନ୍ନ ପ୍ରକାର ଷଡଯନ୍ତ୍ରକରି ବଳପୂର୍ବକଭାବେ IREL ନିଜ ଅକ୍ତିଆରକୁ ନେଇଛି ଓ ଏଥି ସମ୍ବନ୍ଧରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇବାସତ୍ୱେ ଦଳିତଙ୍କ ଜମିବାଡ଼ର ସୁରକ୍ଷା ହୋଇପାରିନାହିଁ ବରଂ ପୋଲିସ ପ୍ରଶାସନ ଦ୍ୱାରା ନିରୀହ ଦଳିତ ପରିବାରକୁ ଧମକାଇବା ଦ୍ୱାରା ଦଳିତ ଅନୁସୂଚିତ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଦରଦ ରହିଛି ! ଏଥିରୁ ପ୍ରମାଣ ମିଳୁଛି l ପ୍ରକାଶ ଯୋଗ୍ୟଯେ, ଗତ 28.9.2020ରିଖ କିଛି ଦଳିତ ପରିବାରଙ୍କ ଦଖଲରେ ଥିବା IREL ଜବରଦସ୍ତ ମେସିନ ଲଗାଇ ମାଟି ଖୋଳିବା ପଥର ପ୍ରାଚୀର ନିର୍ମାଣ ଆଦି କାର୍ଯ୍ୟ ସମ୍ବନ୍ଧରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମହୋଦୟଙ୍କୁ ସମସ୍ତ ମାଟିଖାଲ ଗ୍ରାମବାସି ନିଜ ନିଜ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନକରି ଆଲୋଚନା କରିଥିଲେ I କିନ୍ତୁ ଏତଦସତ୍ୱେ IREL ଜିଲ୍ଲା ପ୍ରଶାସନକୁ ଖାତିର ନକରି ଏକପାଖିଆ ଭାବେ ଉକ୍ତ ଦଳିତ ପରିବାରଙ୍କ ଜମିକୁ ଜବରଦସ୍ତ ଭାବେ ଏକ ଗୋଦାମ ଘର ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି, ଏଥିସହ ଶ୍ରୀରାମଚନ୍ଦ୍ରପୁର ମୌଜାର ଅନେକ ଦଳିତ ନିରୀହ ଗ୍ରାମବାସୀଙ୍କ ଜମିକୁ ବଳ ପୂର୍ବକ ଭାବେ ଅକ୍ତିଆର କରିଛି I ଏଣୁ IREL ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦଳିତ ପରିବାରଙ୍କୁ ନ୍ୟାୟ ନ ଦେଲେ ଯେକୌଣସି ମୁହୂର୍ତ୍ତରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ମାଟିଖାଲ ଗ୍ରାମବାସୀ ଚେତାବନୀ ଦେଇଛନ୍ତି l ମାନବ ଅଧିକାର ସୁରକ୍ଷା ମଞ୍ଚ ଛତ୍ରପୁର ଉପଖଣ୍ଡ ସଭାପତି ଗୁରୁଦେବ ବେହେରା, ବନ୍ଧୁ ପ୍ରଧାନ, ଉଦୟ ପ୍ରଧାନ, ବାବୁ ପ୍ରଧାନ ଭଗବାନ ପ୍ରଧାନ, ପବନା ପ୍ରଧାନ, ସମୀର ପ୍ରଧାନ, ଦିଲ୍ଲୀପ ପ୍ରଧାନ ମନୋଜ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ଦେବରାଜ ପ୍ରଧାନ, ନାରାୟଣ, ଝୁନା ପ୍ରଧାନ, ଇନ୍ଦୁ ପ୍ରଧାନ, ଚଞ୍ଚଳି ପ୍ରଧାନ, ଶଶୀ ପ୍ରଧାନ ପ୍ରମୁଖ ଆଜିର ଆନ୍ଦୋଳନରେ ନେତୃତ୍ୱ ନେବାସହ ଶତାଧିକ କର୍ମୀ ଯୋଗ ଦେଇଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା