ଦରଦାମ ବୃଦ୍ଧି ବିରୁଦ୍ଧରେ ହିନ୍ଦୁ ମଦୁର ସଭା ପକ୍ଷରୁ ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ହିନ୍ଦ ମଜୁଦୁର ସଭା, ରାଜ୍ୟ କମିଟି ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଭିନ୍ନ ଦାବୀ ନେଇ ବିକ୍ଷୋଭ କରାଯାଇଛି । ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ତଥା ହିନ୍ଦ ମଜଦୁର ସଭା, ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦାଶଙ୍କ ନେତୃତ୍ବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ଦାବୀ ଯଥା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି, ବିଜୁଳି କମ୍ପାନି ମାନଙ୍କର ଲୁଟ୍ ଯୋଜନା, ଶ୍ରମ ଓ କୃଷି ଆଇନର ପରିବର୍ଭନ ବିରୁଦ୍ଧରେ ବିକ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ରବି ରଥ, ସିମାଞ୍ଚଳ ନାୟକ, ମମତା ନାୟକ, କାଜୁ ନାୟକ, ସତ୍ୟ ତ୍ରିପାଠୀ, ରଶ୍ମିତା ଜେନା, ନିର୍ମଳା ଜେନା, ସଞ୍ଜୟ ପରିଡ଼ା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଅଜିତ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା