ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ଥାନା ପରିଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ସୋମବାର ଛତ୍ରପୁର ଥାନାକୁ ପରିଦର୍ଶନ କରି ସମସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଅଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଥାନା ପରିସରରେ କୋଭିଡ ନିୟମ କିପରି ପାଳନ କରାଯାଉଛି ତାହାର ମଧ୍ୟ ଅନୁଧ୍ୟାନ କରିବା ସହ ଥାନା ପରିସର ସଫା ସୁତରା ଅଛି କି ନାହିଁ ତାହା ବୁଲି ଦେଖିଥିଲେ । ମହିଳା ଶିଶୁ ଡେସ୍କ, ହାଜତ, ରାଇଟର କକ୍ଷ ଠାରୁ ଆରମ୍ଭ କରି ସମସ୍ତ କକ୍ଷକୁ ବୁଲି ତନଖି ଦେଖିଥିଲେ । ଏହାସହ ଥାନାକୁ ଆସଜୁଥିବା ଲୋକମାନଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ଡିଆଇଜି ଶ୍ରୀ ଭୋଇ କହିଥିଲେ । ଛତ୍ରପୁର ଥାନାର ସମସ୍ତ ମାମଲା ଗୁଡିକର ଟିକିନିଖି ଯାଞ୍ଚ କରିବା ସହ ପେଣ୍ଡିଂ ରହିଥିବା ମାମଲା ଗୁଡିକର ତୁରନ୍ତ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋ ସରକାର କାର୍ଯ୍ୟକ୍ରମ ଥାନା ପକ୍ଷରୁ କିଭଳି ପଦକ୍ଷେପ ନିଆଯାଉଛି ସେ ସଂପର୍କରେ ସମସ୍ତ ବିଷୟକୁ ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ଠାରୁ ପଚାରି ବୁଝିଥିଲେ । ସେହିପରି ଅପରାଧ ଦମନ ଦିଗରେ ଧରପଗଡ ଏବଂ ପୁରୁଣା ମାମଲା ଗୁଡିକ ତଦନ୍ତ ପ୍ରକ୍ରିୟା ତୁରନ୍ତ ଶେଷ କରିବା ସହ ଦାଗି ଅପରାଧୀ ଗୁଡିକ ଉପରେ ତୀକ୍ଷଣ ଦୃଷ୍ଟି ରଖିବା ଏବଂ ଗାଁ ଗହଳିରେ ପୋଲିସ ଅଧିକାରୀମାନେ ଲୋକଙ୍କ ଠାରେ ପହଞ୍ଚିବା, ବରିଷ୍ଠ ନାଗରିକ ଓ ମହିଳା ଏବଂ ଶିଶୁ ମାନଙ୍କୁ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକରୁ ଡିଆଇଜି ନିର୍ଦ୍ଦେଶ ଦେଇଥିଲେ । ଡିଆଇଜିଙ୍କ ନିରୀକ୍ଷଣ ବେଳେ ଗଞ୍ଜାମ ଏସପି ବ୍ରିଜେଶ୍ କୁମାର ରାଏ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।